Wednesday, October 7, 2026
22.5 C
Odisha

    ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିୟନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂତନ ବାଟାଲିୟନ ପାଇଁ ସମୁଦାୟ ୧୦୪୦ଟି ପଦ ସୃଷ୍ଟି କରାଯାଇଛି।

    ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଆଇଏସ୍‌ଏଫ୍‌ରେ ଗୋଟିଏ ବାଟାଲିୟନ ଅଛି। ଏହାର ପଦ ସଂଖ୍ୟା ୧୮୦୭। ନୂଆ ବାଟାଲିୟନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିୟନ କାର୍ଯ୍ୟ କରିବ। ୨ଟି ବାଟାଲିୟନର ପଦ ସଂଖ୍ୟା ୨୮୪୭ ହେବ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ସରକାର ପଦକ୍ଷେପ ନେଉଛନ୍ତି। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆ ବାଟାଲିୟନ ଗଠନକୁ ମଞ୍ଜୁରୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ