Monday, October 6, 2025
24.5 C
Odisha

    ଓଡିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି , ବିଚାରପତିଙ୍କ ସଂଖ୍ୟା ୨୦ ରେ ପହଞ୍ଚିବ

    ଆଗକୁ ପଢନ୍ତୁ

    କଟକ : ଓଡିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି । ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଓଡିଶା ହାଇକୋର୍ଟକୁ ବଦଳି ହୋଇଥିବା ଜଣାପଡିଛି । ଗୌହାଟୀ ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ ପାଠକ ଖୁବଶୀଘ୍ର ଆସି ଓଡିଶା ହାଇକୋର୍ଟରେ ଯୋଗଦେବେ । ଜଷ୍ଟିସ ପାଠକଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୦ ରେ ପହଞ୍ଚିବ । ୧୯୬୫ ମସିହା ଅଗଷ୍ଟ ୨୮ ରେ ଗୌହାଟୀରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ପାଠକ । କେନ୍ଦ୍ରୀୟ ବିଦ୍ୟାଳୟରୁ ହାଇସ୍କୁଲ ଓ ଯୁକ୍ତ ଦୁଇ ଶିକ୍ଷା ସମାପ୍ତ ପରେ ସେଣ୍ଟ ଜୋସେଫ କଲେଜ ବାଙ୍ଗାଲୋରରୁ ସ୍ନାତକ ଓ ଗୌହାଟୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।

    ୧୯୯୦ ସେପ୍ଟେମ୍ବର ୧୨ ରେ ବାର କାଉନସିଲରେ ନାମ ପଞ୍ଜିକରଣ କରି ଗୌହାଟୀ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଷ୍ଟାଣ୍ଡିଙ୍ଗ କାଉନସେଲ ଭାବେ କାର୍ଯ୍ୟ କରିବା ପରେ ୨୦୧୩ ମେ ୨୨ ତାରିଖରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ । ଏହାପରେ ୨୦୧୮ ନଭେମ୍ବର ୧୨ ତାରିଖରୁ ସ୍ଥାୟୀ ବିଚାରପତି ଭାବେ ଶପଥ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ଗୌହାଟୀ ହାଇକୋର୍ଟରେ କାର୍ଯ୍ୟ କରି ଆସୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    93 %
    0.9kmh
    100 %
    Mon
    25 °
    Tue
    29 °
    Wed
    29 °
    Thu
    28 °
    Fri
    29 °

    ସମ୍ବନ୍ଧିତ