Thursday, May 14, 2026
31.5 C
Odisha

    ଓମ୍‌ସା ଆନ୍ଦୋଳନ ସ୍ଥଗିତ

    ଆଗକୁ ପଢନ୍ତୁ

    ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ସଂଘ ସଭାପତି କିଶୋର ମିଶ୍ର କହିଛନ୍ତି ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ୍ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଆସନ୍ତାକାଲିଠୁ ସବୁ କିଛି ସ୍ଵାଭାବିକ ହେବ ।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେରେ , ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ,ଅର୍ଥ ବିଭାଗ,ଆଇନ ବିଭାଗ ସଚିବ ରହିଛନ୍ତି । ସେମାନଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    52 %
    3.8kmh
    100 %
    Thu
    34 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ