Monday, March 23, 2026
32.9 C
Odisha

    ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନେ ଚିଠି ଲେଖିଛନ୍ତି। ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ୪ ତାରିଖରେ ଲୋକସଭାରେ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା। ବିରୋଧ ନାଁରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିଯାଇଥିଲେ। ସବୁ ମର୍ଯ୍ୟାଦା ଲଙ୍ଘି କାଗଜପତ୍ର ଚିରି ବାଚସ୍ପତିଙ୍କ ଆଡ଼କୁ ମଧ୍ୟ ଫିଙ୍ଗିଥିଲେ। କିଛି ମହିଳା ସଦସ୍ୟ ବି ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ। ତେଣୁ ମହିଳା ସାଂସଦମାନେ ଅନୁରୋଧ କରିଛନ୍ତି ଯେ ଆମ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ