Monday, November 23, 2026
22.2 C
Odisha

    ୧୨ରେ ବନ୍ଦ ହେବ ୬ଟି ସ୍ଥାନର ଇକୋରିଟ୍ରିଟ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଚଳିତମାସ ୧୨ ତାରିଖରେ ୬ଟି ସ୍ଥାନରେ ଇକୋରିଟ୍ରିଟ୍‌ ବନ୍ଦ ହେବ। ସେହିପରି କୋଣାର୍କର ଇକୋରିଟ୍ରିଟ୍‌ ମାର୍ଚ୍ଚ ୧୨ରେ ବନ୍ଦ କରାଯିବ। ଚଳିତବର୍ଷ ଇକୋରିଟ୍ରିଟ୍‌ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିନଥିଲେ ମଧ୍ୟ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିପାରିଛି। ଗତବର୍ଷ ଆଜି ତାରିଖ ସୁଦ୍ଧା ଇକୋରିଟ୍ରିଟ୍‌ ପାଇଁ ୬୦% ବୁକିଂ ହୋଇଥିବା ବେଳେ ଚଳିତବର୍ଷ ସେହି ସମୟ ମଧ୍ୟରେ ୭୦% ବୁକିଂ ହୋଇଛି। ରାଜ୍ୟ ଭିତରୁ ୫୫% ପର୍ଯ୍ୟଟକ ଇକୋରିଟ୍ରିଟ୍‌ ପ୍ରତି ଆକୃଷ୍ଟ ହୋଇଥିବା ବେଳେ ଚଳିତବର୍ଷ ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଆନ୍ଧ୍ର ଆଦି ରାଜ୍ୟର ପର୍ଯ୍ୟଟକ ଇକୋରିଟ୍ରିଟ୍‌ର ମଜା ନେଇଛନ୍ତି। ବାହାର ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୧୨% ଓ ମହାରାଷ୍ଟ୍ରରୁ ୫% ପର୍ଯ୍ୟଟକ ଇକୋରିଟ୍ରିଟ୍ ମଜା ନେଇଛନ୍ତି।

    ସେହିପରି ୭ଟି ଇକୋରିଟ୍ରିଟ୍‌ ମଧ୍ୟରୁ ଭିତରକନିକା ଚଳିତବର୍ଷ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିବା ବେଳେ ଏହାର ସର୍ବାଧିକ ବୁକିଂ ୭୬% ରହିଛି। ଗତବର୍ଷ ଭିତରକନିକାରେ ୬୫% ବୁକିଂ ହୋଇଥିଲା। ସେହିପରି ଅନ୍ୟ ଇକୋରିଟ୍ରିଟ୍‌ ତୁଳନାରେ ହୀରାକୁଦ ଇକୋରିଟ୍ରିଟ୍‌ର ବୁକିଂ ସର୍ବନିମ୍ନ ୬୦% ରହିଛି। ଗତବର୍ଷ ହୀରାକୁଦର ବୁକିଂ ୪୩% ହୋଇଥିବା ବେଳେ ଗତବର୍ଷ ତୁଳନାରେ ଏହାର ବୁକିଂ ସଂଖ୍ୟା ଏଥର ବୃଦ୍ଧି ହୋଇଥିଲେ ମଧ୍ୟ ଅନ୍ୟ ଇକୋରିଟ୍ରିଟ୍‌ ତୁଳନାରେ ସର୍ବନିମ୍ନ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

    ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୧୫ରେ ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ ଆଦି ୬ଟି ସ୍ଥାନରେ ଇକୋରିଟ୍ରିଟ୍‌ ଆରମ୍ଭ ହୋଇଥିଲା। ସେହିପରି ଡିସେମ୍ବର ୧୩ରେ କୋଣାର୍କରେ ଇକୋରିଟ୍ରିଟ୍‌ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୨ରେ ଇକୋରିଟ୍ରିଟ୍‌ ବନ୍ଦ ହେବା ନେଇ ସୂଚନା ମିଳିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ଓ ଜଙ୍ଗଲ, ପରିବେଶ ବିଭାଗର ମିଳିତ ଉଦ୍ୟମରେ ଇକୋରିଟ୍ରିଟ୍‌ ଆରମ୍ଭ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    92 %
    0.2kmh
    42 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ