Wednesday, October 7, 2026
30.3 C
Odisha

    କଂଗ୍ରେରେ ମିଶିଯାଉ ବିଜେଡି : ସପ୍ତଗିରି

    ଆଗକୁ ପଢନ୍ତୁ

    ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ ଏନ୍‌ଡିଏ ସରକାରର ସବୁ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଆସୁଥିଲା। ହେଲେ ଏବେ ରାଜ୍ୟରେ ୨୧ ଲୋକ ସଭା ଆସନ ମଧ୍ୟରୁ ଗୋଟିଏ ହେଲେ ବି ସିଟ୍‌ ବିଜେଡି ଜାତିପାରିଲା ନାହିଁ। ଭାଜପାକୁ ୨୦ଟି ଆସନ ମିଳିଥିବା ବେଳେ କଂଗ୍ରେସ କୋରାପୁଟ ଆସନକୁ ବଜାୟ ରଖିବାରେ ସକ୍ଷମ ହେଲା। ଏବେ ବିଜେଡି କେନ୍ଦ୍ରରେ ଭାଜପାକୁ ବିରୋଧ କରିବ ବୋଲି ରାଜି ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନଙ୍କ ସହ ବିଜେଡି ମଧ୍ୟ ରାଜ୍ୟ ସଭାରେ କକ୍ଷତ୍ୟାଗ କରିଛି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଂଗ୍ରେସରେ ଥିଲେ। ତେଣୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ବର୍ତ୍ତମାନ କଂଗ୍ରେସରେ ମିଶିଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନଠାରେ ଗୁରୁବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଏହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ