Sunday, October 4, 2026
28.6 C
Odisha

    କଙ୍ଗାରୁ କୋର୍ଟ ବସାଇ ମହିଳାଙ୍କୁ ଲଣ୍ଡା କଲା ସ୍ୱାମୀ, ୩ ଗିରଫ

    ଆଗକୁ ପଢନ୍ତୁ

    ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଜାମମାଲ ପଂଚାୟତର ରାଉତବାହାଲ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ମହିଳା ହେମା କିସାନଙ୍କୁ ଲଣ୍ଡା କରିବା ଘଟଣାରେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଲଇକେରା ପୋଲିସ। ଗିରଫ ଅଭିଯୁକ୍ତ ମାନେ ସ୍ୱାମୀ ମହେନ୍ଦ୍ର କିସାନ, ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିଷାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ବୋଲି ପୋଲିସ ସୂଚନା ଦେଇଛି। ସ୍ୱାମୀ ମହେନ୍ଦ୍ର କିସାନଙ୍କ ଅତ୍ୟାଚାର ସହି ନପାରି ସ୍ତ୍ରୀ ହେମ କିସାନ ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ତ ହେବା ପରେ ସମାଜର ବଡ଼ବଡ଼ିଆ ବସାଇଥିଲେ କଙ୍ଗାରୁ କୋର୍ଟ। ହେମଙ୍କୁ ନିଜ ଭୁଲର ଦଣ୍ଡ ମୁତାବକ ଖାସି, ଦେଶୀ କୁକୁଡ଼ା ଓ ୫୦୦୦ ଟଙ୍କା ଫାଇନ ଦେବାକୁ କହିଥିଲେ। ହେମ ଏସବୁ ଦେବାକୁ ରାଜି ହୋଇଥିଲେ ହେଁ ବଡ଼ବଡ଼ିଆଙ୍କ ମନ ମାନି ନଥିଲା। ହେମାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ ସେମାନେ। ତେବେ ତାମିଲନାଡୁରେ କାମ କରୁଥିବା ହେମଙ୍କ ପୁଅ ଏନେଇ ଖବର ପାଇବା ପରେ ତୁରନ୍ତ ଘରକୁ ଫେରି ମାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ଲାଇକେରା ଥାନାରେ ଲିଖିତ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ