Monday, October 26, 2026
27.8 C
Odisha

    କଙ୍ଗୋ ନଦୀରେ ଡଙ୍ଗା ଦୁର୍ଘଟଣା, ୩୦ ମୃତ, ଅନେକ ନିଖୋଜ

    ଆଗକୁ ପଢନ୍ତୁ

    କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଧିକାରୀମାନେ ସୋମବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

    ଇକ୍ୱେଟର ପ୍ରଦେଶର ପ୍ରାଦେଶିକ ଗୃହମନ୍ତ୍ରୀ କ୍ରିସ୍ପିନ୍ ମପୁତୁଙ୍କ ଅନୁସାରେ, ନଗୋମ୍ବେ-ଲୁକୋଲେଲା ଅଞ୍ଚଳ ନିକଟରେ ଦୁଇ ଡଙ୍ଗା ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ସମ୍ଭାବ୍ୟ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ କଙ୍ଗୋ ନଦୀରେ ସର୍ଚ୍ଚ ଅଭିଯାନ ଆରମ୍ଭ ରହିଛି ।

    ଉତ୍ତର-ପଶ୍ଚିମ ଅଞ୍ଚଳର ଉବାଙ୍ଗିରୁ ରାଜଧାନୀ କିନ୍ଶାସା ଅଭିମୁଖେ ଏକ ଡଙ୍ଗା ଯାଉଥିଲା । ଅନ୍ୟ ଡଙ୍ଗାଟି କିନ୍ଶାସାରୁ ଲୁକୋଲେଲା ଅଭିମୁଖେ ଯାଉଥିଲା । ଲୁକୋଲେଲା ଯିବା ରାସ୍ତା ନିକଟରେ ହିଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା । ଅନେକ ଯାତ୍ରୀ ଏବେବି ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଉଦ୍ଧାରକାରୀ ଦଳ କଙ୍ଗୋ ନଦୀରେ ନିଖୋଜଙ୍କ ସନ୍ଧାନ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.8 ° C
    27.8 °
    27.8 °
    46 %
    1.9kmh
    74 %
    Mon
    28 °
    Tue
    28 °
    Wed
    23 °
    Thu
    25 °
    Fri
    26 °

    ସମ୍ବନ୍ଧିତ