Wednesday, September 30, 2026
22.7 C
Odisha

    କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ

    ଆଗକୁ ପଢନ୍ତୁ

    କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଇ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଆହତ ଅଟୋ ଚାଳକ ଜଣକ ୪୨ ମୌଜା ଆବୁ ରସିର ଖାନ୍‌ ବୋଲି ଜଣାଯାଇଛି।
    ସୂଚନା ଅନୁସାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ବେଳେ ଅଟୋ ଚାଳକ ଜଣକ ଲିଙ୍କ ରୋଡ୍‌ ଓଭରବ୍ରିଜ ତଳେ ଅଟକି ରହିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ସେଠାରେ ଅଟକିଲେ। ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଆଗକୁ ଯାଅ ବୋଲି କହିଥିଲେ। ଯୁବକଙ୍କ ଏପରି କଥାରେ ଅଟୋ ଚାଳକ ଆଗକୁ ଯିବାକୁ ମନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ। ପରେ ଅଟୋ ଚାଳକ ତଣ୍ଟି କଟି ଯାଇଥିବା ଜାଣିବାକୁ ପାଇଥିଲେ। ଖବର ପାଇବା ପରେ ପୋଲିସ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରୁ ଅଟୋ ଚାଳକଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲ ପଠାଇଛି। ତେବେ ପୋଲିସ ବିଭିନ୍ନ ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି। ଯୁବକ ଦ୍ୱୟଙ୍କ କୌଣସି ପତ୍ତା କିମ୍ବା ପରିଚୟ ମିଳିନାହିଁ। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ