Thursday, September 19, 2024
23 C
Odisha

    କଟକରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

    ଆଗକୁ ପଢନ୍ତୁ

    କଟକ:ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ବେଳେ ଘଟିଲା ଏପରି ଅଘଟଣ । ବାରଙ୍ଗ ଥାନା ନରଣପୁରଠାରେ ଏକ ଆପାର୍ଟମେଣ୍ଟରେ ନିର୍ମାଣ କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ଆଜି ସକାଳେ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ ପାଇଖାନା ଟାଙ୍କିରେ ୩ ଜଣ ଶ୍ରମିକ ସେଣ୍ଟ୍ରିଂ ଖୋଲୁଥିଲେ । ଏହି ସମୟରେ ସେମାନେ ସେଠାରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରେ ସେମାନେ ଚିତ୍କାର କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବାରଙ୍ଗ ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ୩ ଜଣଙ୍କୁ ଉଦ୍ଧାର କରି କଟକ ଏସ୍ ସିବି ଡାକ୍ତରଖାନାକୁ ଆମ୍ବୁଲାନସ୍ ଯୋଗେ ପଠାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ