Sunday, October 4, 2026
24.3 C
Odisha

    କଟକ: ମା’ଙ୍କୁ ଭୋଗ ହେବ ୬ କୁଇଣ୍ଟାଲ ମାଛ

    ଆଗକୁ ପଢନ୍ତୁ

    ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ମା’ଙ୍କୁ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜା କରାଯାଉଛି। ଏପରିକି ମହାନବମୀ ଅବସରରେ ମା’ ଦୁର୍ଗାଙ୍କ ପାଖରେ ୬ କୁଇଣ୍ଟାଲ ମାଛ ଭୋଗ ଲାଗି କରାଯିବ। ମା’ଙ୍କ ନିକଟରେ ମାଛ ଘାଣ୍ଟ ସାଙ୍ଗକୁ ମାଛ ଭଜା ଭୋଗ ଲାଗି କରାଯିବ ବୋଲି ଚାନ୍ଦିନୀଚୌକ ପୂଜା ମଣ୍ଡପ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏନେଇ ବ୍ୟାପକ ପ୍ରସ୍ତୁତି ଚାଳିଛି। ଏପର କି ସନ୍ଧ୍ୟାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ରଙ୍ଗୀନ ଆଲୋକମାଲାରେ ଝଲସି ଉଠୁଛି ମଣ୍ଡପ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ