Thursday, September 17, 2026
30.3 C
Odisha

    କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣା, ୨ ଜଣଙ୍କୁ ନୋଟିସ୍ ଜାରି

    ଆଗକୁ ପଢନ୍ତୁ

    କଟକ   କଟକ ରେଳ ଷ୍ଟେସନରେ ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ । ନିଜ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ଥାନା ।  ୨ ଜଣଙ୍କୁ ନୋଟିସ୍ ଜାରି କଲା ଜିଆରପି ଥାନା ପୋଲିସ ।  ରେଳବାଇର ପୂର୍ବତଟ ରେଳବାଇ ୱାର୍କସ ବିଭାଗରସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵରେ ଥିବା ୟୁଆର୍ ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ କରାଯାଇଛି ।

    ସାତ ଦିନ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏହି ଘଟଣାରେ ୮ ରୁ ଅଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରି ସାରିଛି ଜି ଆର୍ ପି ପୋଲିସ । ଏହି ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି ।  ଖୋର୍ଦ୍ଧା ଡିଆର୍ ଏସ୍ ଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ