Tuesday, October 27, 2026
23.2 C
Odisha

    କ’ଣ ଆପଣଙ୍କୁ ଭୋକ ଲାଗୁନାହିଁକି? ତେବେ ଏହି ଚାରୋଟି ଘରୋଇ ଉପାୟକୁ ଆପଣାନ୍ତୁ

    ଆଗକୁ ପଢନ୍ତୁ

    ଖାଦ୍ୟ ମନୁଷ୍ୟ ଶରୀର ପାଇଁ କେତେ ଦରକାର ତାହା ବୁଝେଇବା ଦରକାର ନାହିଁ । ଆଜ୍ଞା ହଁ, ବଞ୍ଚିବା ପାଇଁ ଯେଉଁଭଳି ଭାବେ ପାଣି ଆଉ ପବନର ଦରକାର ହୋଇଥାଏ, ଠିକ୍ ସେହିପରି ଖାଇବାର ମଧ୍ୟ ନିହାତି ଆବଶ୍ୟକତା ପଡିଥାଏ । କିଛି ଲୋକ ତ ନିଜ ଖାଇବା ପିଇବା ପ୍ରତି ବେଶି ଧ୍ୟାନ ଦେଇଥାନ୍ତି, ହେଲେ ଆଉ କିଛି ଲୋକ ନାମକୁ ମାତ୍ର ଖାଦ୍ୟ ଖାଇଥାନ୍ତି । ଏସବୁ ଭିତରେ ଏମିତି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ପ୍ରାୟେ ଭୋକ ଲାଗିନଥାଏ । ଭୋକ ନଲାଗିବା କିଛି ସାଧାରଣ କଥା ନୁହେଁ । କାହିଁକିନା ଏହା କୌଣସି ରୋଗର ସଙ୍କେତ ମଧ୍ୟ ଦେଇଥାଏ ।

    ଖାଦ୍ୟ ଆମ ଶରୀରକୁ ଶକ୍ତି ଦେଇଏ, ଯାହା ସାହାଯ୍ୟରେ ପ୍ରତିଦିନ ସକାଳୁ ଉଠିବା ପରେ ପୂରା ଦିନ କାମ କରିପାରୁଛନ୍ତି । ଯଦି ଖାଦ୍ୟକୁ ଆମେ ଠିକ୍ ଭାବେ ଗ୍ରହଣ ନକରିବା ତେବେ ଆମ ଶରୀରରେ କିଛି ପରିବର୍ତ୍ତନ ଆସିଥାଏ, ଏବଂ ଶରୀରରେ ଶକ୍ତି ହ୍ରାସ ପାଇଥାଏ । ଏଇଥିପାଇଁ ସକାଳେ,ଦ୍ବିପ୍ରହରରେ ଏବଂ ରାତିରେ ଖାଦ୍ୟ ଖାଇବା ପାଇଁ ଜମାରୁ ଭୁଲିବା କଥା ନୁହେଁ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯାହାଙ୍କୁ ଖାଇବା ପାଇଁ ଜମାକୁ ଇଚ୍ଛା ହୋଇନଥାଏ । ଯେଉଁଥିପାଇଁ ତାଙ୍କର ସ୍ବଭାବ ପୂର୍ବ ଅପେକ୍ଷା ଚିଡିଚିଡା ହୋଇଯାଇଥାଏ ଏବଂ ସେମାନଙ୍କୁ କିଛି ଭଲ ଲାଗିନଥାଏ ।

    ଆଜି ଆମେ ଆପଣଙ୍କୁ ସେହି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଭୋକ ନ ଲାଗିବା ସମସ୍ୟାରୁ ନିଜକୁ କାଢିପାରିବେ । ଆଜ୍ଞା ହଁ, ଭୋକ ନ ଲାଗିବା କାରଣରୁ ଆପଣ ବାଇରାଲ୍ କିମ୍ବା ଅନ୍ୟ କୌଣସି ଗମ୍ଭିର ରୋଗରେ ପୀଡିତ ହୋଇପାରନ୍ତି, କାରଣ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଲକୁଲ ଦୁର୍ବଳ ହୋଯାଇଥାଏ ।

    ଏହାପରେ ଆପଣଙ୍କୁ ପୁଣି ଠିକ୍ ହେବା ପାଇଁ ବହୁତ ସମୟ ଲାଗିଥାଏ । ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ଆପଣ ଡକ୍ଟରଙ୍କ ପରାମର୍ଶ ନୁଅନ୍ତୁ । ଏହାଛଡା ଆପଣଙ୍କୁ କିଛି ଉପାୟ କହୁଛୁ ଯାହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ।

    ୧.ଧନିଆ ପତ୍ରର ରସ: ଯଦି ପ୍ରତିଦିନ ଏକ ଚାମଚ ଧନିଆ ପତ୍ରର ରସ ସହ ଲେମ୍ବୁ ରସ ଗୋଳାଇକି ପିଇବେ, ତେବେ ଆପଣଙ୍କ ଭୋକ ଲାଗୁନଥିବା ସମସ୍ୟା ଦୂର ହେବ । କାହିଁକି ନା ଉଭୟ ଧନିଆ ଏବଂ ଲେମ୍ବୁ ରସ ପାଚନ ଶକ୍ତି ତୀବ୍ର କରିଥାଏ । ଯାହାଫଳରେ ଭୋକ ଲାଗିଥାଏ ।

    ୨.ଅଦା: ଯଦି ଆପଣଙ୍କର ଭୋକ ନ ଲାଗିବା ସମସ୍ୟା ରହିଛି, ତେବେ ଆପଣ ଅଦା ଖାଇଲେ ଲାଭ ପାଇବେ । ଆଜ୍ଞା ହଁ, ଖାଇବାର ଅଧଘଣ୍ଟା ପୂର୍ବରୁ ଅଦାକୁ ଅଳ୍ପ ଲୁଣ ସହ ମିଶାଇ ଖାଆନ୍ତୁ । ଏହା ଦ୍ବାରା ଆପଣଙ୍କ ଭୋକ ଲାଗିବା ଶକ୍ତି ବଢିବା ସହ ଭୋକ ନଲାଗିବା ସମସ୍ୟା ଦୂର ହେବ । ମନେରଖନ୍ତୁ ଏହାକୁ ଆପଣ ପ୍ରତି ଦିନ ଖାଇବା ପୂର୍ବରୁ ଖାଇବେ ।

    ୩.ମୂଳା: ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ଆପଣ ପ୍ରତିଦିନ ମୂଳା ଖାଆନ୍ତୁ । ମୂଳା ଖାଇବା ଦ୍ବାରା ଆପଣଙ୍କ ପାଚନ ଶକ୍ତି କ୍ରୀୟାଶୀଳ ହୋଇଥାଏ, ଯାହାଦ୍ବାରା ଆପଣଙ୍କୁ ଭୋକ ଲାଗିଥାଏ । ଏଥିସହ ଜାଣିରଖନ୍ତୁ ଯେ, ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବେ ନାହିଁ ।

    ୪.କଳା ଲୁଣ: କଳା ଲୁଣରେ ବହୁତ ସାରା ଗୁଣ ଭରପୂର ହୋଇ ରହିଛି । ଏହି କଳାଲୁଣରେ ଆପଣଙ୍କର ଭୋକ ଲାଗୁନଥିବା ସମସ୍ୟାକୁ ଦୂର କରିବାର କ୍ଷମତା ରହିଛି । ଏହା ଖାଇବା ଦ୍ବାରା ପାଚନ ଶକ୍ତି ମଧ୍ୟ ଭଲ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ଚିମୁଟାଏ କଳାଲୁଣ ସେବନ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    69 %
    0.8kmh
    100 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ