Thursday, March 6, 2025
32.7 C
Odisha

    କଫ,କାଶ ଦୂର ପାଇଁ ଆପଣାନ୍ତୁ ଏହି ଜଦିବୁଟି

    ଆଗକୁ ପଢନ୍ତୁ

    ପ୍ରାୟତଃ ଶୀତ ଋତୁରେ ଅନେକ ଲୋକ କଫ,କାଶରେ ଶିକାର ହୋଇଥାନ୍ତି । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ରହିଥାଏ । ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି ବେଶ୍ ଲାଭଦାୟକ ।ଆସନ୍ତୁ ଜାଣିବା ସେ ବିଷୟରେ –

    – ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ । ଏହାର ପତ୍ରରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ ଯାହା ଶ୍ୱାସକ୍ରିୟା ସଂକ୍ରମଣରେ ସାହାଯ୍ୟ କରିଥାଏ । ବିଶେଷକରି ଗଳା ପାଇଁ ବେଶ୍ ଭଲ । ଆପଣ ତୁଳସୀ ରସ , ତୁଳସୀ ଚା’ ପିଇବା ଦ୍ୱାରା କାଶ ଏବଂ ଥଣ୍ଡା ଅନେକ ମାତ୍ରାରେ କମିଯାଏ।

    – ଆଣ୍ଟି ମାଇକ୍ରୋବାୟଲ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ହଳଦୀରେ । ଯାହା କାଶ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଆପଣ ହଳଦୀ କ୍ଷୀର ପିଇ ପାରିବେ ଏବଂ ହଳଦୀ ଚା ମଧ୍ୟ ପିଇ ପାରିବେ ।

    – ଅଦା, କାଶ ଏବଂ ଗଳା ସଂକ୍ରମଣକୁ ଠିକ୍ କରିଥାଏ । ବାରମ୍ବାର କାଶ ହେଉଥିଲେ କଞ୍ଚା ଅଦା ଚୋବାନ୍ତୁ କିମ୍ବା ଅଦା ଚା ତିଆରି କରି ପିଅନ୍ତୁ ।

    -ଯଦି କଫ ସମସ୍ୟା ଅଧିକ ଅଛି ତେବେ ଏପରି ପରିସ୍ଥିତିରେ ଆପଣ ହରିଡାର ବ୍ୟବହାର କରିପାରିବେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶୀତଦିନେ ଏହାର ସେବନ କରିବା ନିତ୍ୟାନ୍ତ ଜରୁରୀ ।

    -ପିପ୍ପଳି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିସହ ପୁରୁଣା କାଶକୁ ମଧ୍ୟ ଠିକ୍ କରିଥାଏ । ଏହା ଗଳା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    5 %
    3.9kmh
    5 %
    Thu
    31 °
    Fri
    35 °
    Sat
    38 °
    Sun
    38 °
    Mon
    39 °

    ସମ୍ବନ୍ଧିତ