Sunday, October 4, 2026
22.7 C
Odisha

    କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କୌଣସି ସରକାରୀ ଅଫିସରେ ଆପଣଙ୍କୁ ହଇରାଣ କରାଯାଉଛି କି? କୌଣସି ସରକାରୀ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି? ଏହାପରେ ପୋଲିସ ଆପଣଙ୍କ ଅଭିଯୋଗ ଶୁଣୁନି କି? ତେବେ ଆଉ ଚିନ୍ତା କରନ୍ତୁନ୍ତି । ଏନେଇ ଆପଣ ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରିପାରିବେ । ଆଉ ଆପଣଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଏଣିକି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କାରଣ ଆମ ରାଜ୍ୟରେ ଆରମ୍ଭ ହୋଇଯାଇଛି ‘ଆମ ଶାସନ’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର । ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ, ଯୋଜନାର ସଫଳ ରୂପାୟନ କିପରି ହେବ, ସମସ୍ୟା ଥିଲେ କିଭଳି ସମାଧାନ ହେବ ସେନେଇ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ ।

    ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ଅଧିକାରୀମାନେ ଜନତାଙ୍କୁ ଫୋନ୍ କରି ଲୋକଙ୍କ ଠାରୁ ମତାମତ ନେବେ । ସାଧାରଣ ଜନତା ସିଧାସଳଖ ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ମାଧ୍ୟମରେ ‘ଆମ ଶାସନ’ ପେଜକୁ ଯାଇ ମତାମତ ଦେଇପାରିବେ । ଏହା ବ୍ୟତୀତ ମୋବାଇଲକ୍ ଆପ୍ ମାଧ୍ୟମରେ ମଧ୍ୟ ନିଆଯିବ ମତାମତ । ସେହିଭଳି ଲୋକମାନେ ଜଣାଉଥିବା ସମସ୍ୟାକୁ ଟାଇମ ଲିମିଟ ଭିତରେ ସମାଧାନ କରାଯିବ । ଏହାଦ୍ୱାରା ସରକାର ଏବଂ ସାଧରଣ ଜନତାଙ୍କ ମଧ୍ୟରେ ଦୂରତା କମିବା ସହ ଲୋକଙ୍କ ପାଖରେ ସଠିକ ଭାବରେ ପହଞ୍ଚିବ ସରକାରୀ ସେବା ।

    ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ କିମ୍ବା ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ନାରୀ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧାକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ନାରୀ ସୁରକ୍ଷା କ୍ଷେତ୍ରରେ ସବୁବେଳେ ଆକ୍ସନ ମୋଡରେ ପୋଲିସ ରହୁ ବୋଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ