Thursday, October 22, 2026
23.3 C
Odisha

    କମିଲା ଏଲପିଜି ସିଲିଣ୍ଡର ଦାମ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :   ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଏଲପିଜି ଗ୍ୟାସ ସିଲିଣ୍ଡରକୁ ଦାମ୍ କମିଛି । ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୧ ଟଙ୍କା ହ୍ରାସ ପାଇଛି ।  ଆଜିଠୁ ଏହି ନୂଆ ଦର ଲାଗୁହେବ ।  କିନ୍ତୁ, ଏହି ହ୍ରାସ କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରରେ କରାଯାଇଛି ।

    ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮୦ ଟଙ୍କା ହେବ । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୬୩୧.୫୦ ଟଙ୍କା ରହିଛି । ଆଜିଠାରୁ ନୂଆ ସିଲିଣ୍ଡର ଦାମ୍ ସେପ୍ଟେମ୍ବର ୧ ରୁ ଲାଗୁ ହେବ । ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା ।  ଆଜିଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୧.୫୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ, ସେପ୍ଟେମ୍ବର ୧ ଆଜିଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୫୮୦ ଟଙ୍କା ହେବ । ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    70 %
    0.6kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ