Wednesday, July 8, 2026
25.4 C
Odisha

    କମିଶନରେଟ ପୋଲିସ ଓ କଟକ ୟୁପିଡ଼ି ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଯାତ୍ରା

    ଆଗକୁ ପଢନ୍ତୁ

    କଟକ  : ସାଇକେଲ ଚଲାଇବା ନିଜକୁ ଫିଟ ରଖିବା । ସାଇକେଲ ଚଲାଇଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ୨୦୩୦ରେ ହେବାକୁ ଥିବା କମନ ୱେଲଥ୍ ଗେମକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ଓ କଟକ ୟୁପିଡ଼ି ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଯାତ୍ରା ହୋଇଛି । ଏହି କାର୍ଯ୍ୟକ୍ରମକୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଭିତରେ ନିଜ ସ୍ୱାସ୍ଥ୍ୟ ପାଇଁ କେହି ସମୟ ଦେଇ ପାରୁ ନାହାନ୍ତି ।

    ଏଥିଲାଗି ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି । ନିଜକୁ ଫିଟ ରଖିବା ଓ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ସାଇକେଲିଙ୍ଗ କରିବା ଆବଶ୍ୟକ । ଆଖ ପାଖ ସ୍ଥାନକୁ ଯିବାକୁ ହେଲେ ସାଇକେଲ ବ୍ୟବହାର କଲେ ବହୁତ ଭଲ । ଯାହା ଫଳରେ ତେଲ ବଞ୍ଚିବ ଓ ଶରୀର ବି ଫିଟ୍ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    83 %
    2.1kmh
    100 %
    Tue
    25 °
    Wed
    32 °
    Thu
    30 °
    Fri
    25 °
    Sat
    29 °

    ସମ୍ବନ୍ଧିତ