ଭଦ୍ରକ: କମୁଚି ବୈତରଣୀ ସାଳନ୍ଦୀର ଜଳ ସ୍ତର । ବଢୁଛି ଦୁର୍ଦଶା । ବୈତରଣୀ ବନ୍ୟା ଦ୍ୱାରା ଭଦ୍ରକ -ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହୋଇଛି । କୋଠାର ଠାରେ ରାସ୍ତାରେ ଚାଲିଛି ୪ ଫୁଟର ବନ୍ୟା ପାଣି । ଧୂଷୁରୀ -ହସନା ବାଦ, ଧାମନଗର –କୋଠାର, ଧୂଷୁରୀ -ଫତେପୁର, ଧାମନଗର –ଫଳପୁର, ଦୋବଲ -ଷଣ୍ଡ ପୁର, ଧାମନଗର –ଦୋବଲ, ଅସୁରଳି -କାସିମପୁର ଆଦି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ଧାମନଗର ବ୍ଲକର ୨୨ ଗୋଟି ପଞ୍ଚାୟତ, ଭଣ୍ଡାରିପୋଖରୀ ବ୍ଲକ ର ୯ ଗୋଟି ପଞ୍ଚାୟତ ଓ ତିହିଡି ବ୍ଲକ ର ବୋଡ଼କ ଓ ଶ୍ୟାମ ସୁନ୍ଦର ପୁର ପଞ୍ଚାୟତର ଲୋକମାନେ ବୈତରଣୀ ବନ୍ୟା ରେ ପ୍ରଭାବିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୫ ଗୋଟି ବ୍ଲକ ୮୦ ଗୋଟି ପଞ୍ଚାୟତ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୫୬ ହଜାର ରୁ ଅଧିକ ଲୋକଙ୍କୁ ୧୯୫ ଗୋଟି ସେଲଟରକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ୪ ଗୋଟି ଓଡ୍ରାଫ ଓ ୩ ଗୋଟି NDRAF ଟିମକୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ।
