Sunday, March 22, 2026
23.7 C
Odisha

    କମ୍ ବୟସରେ ପିଲାଙ୍କୁ ହେଉଛି କିଡନୀ ଷ୍ଟୋନ୍; ବାବା ରାମଦେବ କହିଲେ ବଞ୍ଚିବାର ଉପାୟ

    ଆଗକୁ ପଢନ୍ତୁ

    ଭାରତରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଏତେ ଗମ୍ଭୀରତାର ସହ ନିଅନ୍ତିନି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ସାମାନ୍ୟ ଦେଖାଯାଉଥିବା ସମସ୍ୟା ହୃଦ୍‌ରୋଗ, କ୍ରନିକ କିଡନୀ ଡିଜିଜ୍, ଏପରିକି କିଡ୍‌ନୀ ଫେଲ୍ୟୁଅରର କାରଣ ହୋଇପାରେ ? ଏହା ଯେତେବେଳେ ଯନ୍ତ୍ରଣା ହୁଏ, ତାହା ସହ୍ୟ କରି ହୁଏନି । ଆଜିକାଲି, 20 ରୁ 40 ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ମଧ୍ୟ କିଡ୍‌ନୀ ଷ୍ଟୋନର ଅନେକ ମାମଲା ରିପୋର୍ଟ କରାଯାଉଛି ଏବଂ ଛୋଟ ପିଲାମାନଙ୍କ ମଧ୍ୟରେ ଶିଶୁ ନେଫ୍ରୋଲିଥିଆସିସ୍ (ଷ୍ଟୋନ)ର ଘଟଣା ନିରନ୍ତର ବୃଦ୍ଧି ପାଇଛି।

    ସ୍ୱାସ୍ଥ୍ୟ ସଂସ୍ଥା ଅନୁଯାୟୀ, ଦେଶରେ ସମସ୍ତ ଷ୍ଟୋନ ମାମଲା ମଧ୍ୟରୁ 70% ଉତ୍ତର ଏବଂ ପଶ୍ଚିମ ଭାରତରେ ଦେଖିବାକୁ ମିଳେ, ତେଣୁ ଏହି ଅଞ୍ଚଳକୁ ଷ୍ଟୋନ ବେଲ୍ଟ କୁହାଯାଏ। ତେବେ ଏହି ଷ୍ଟୋନ ସମସ୍ୟାକୁ ରୋକିବା ପାଇଁ, ସ୍ୱାମୀ ରାମଦେବଙ୍କ ଠାରୁ ଜାଣନ୍ତୁ ଉପାୟ ।

    କେତେ ପ୍ରକାରର ଷ୍ଟୋନ ଅଛି?

    ଶରୀରରେ ମୁଖ୍ୟତଃ ତିନି ପ୍ରକାରର ଷ୍ଟୋନ ଅଛି:

    1- କ୍ୟାଲସିୟମ ଷ୍ଟୋନ, ଯାହା ଡିହାଇଡ୍ରେସନ ଯୋଗୁଁ ହୁଏ

    2- ୟୁରିକ୍ ଏସିଡ୍ ଷ୍ଟୋନ, ଯାହା ୟୁରିକ୍ ଏସିଡ୍ ସ୍ତର ଅଧିକ ହେବା ଦ୍ୱାରା ହୁଏ, ଏବଂ

    3- ସିଷ୍ଟିନ୍ ପଥର, ଯାହା ବ୍ୟାକ୍ଟେରିଆ ଇମ୍ଫେକ୍ସନ ଯୋଗୁଁ ହୁଏ।

    କିଡନୀ ଷ୍ଟୋନ କାହିଁକି ହୁଏ?

    ଡିହାଇଡ୍ରେସନ, ପାଳଙ୍ଗ, ଆଳୁ, ଡ୍ରାଇ ଫ୍ରୁଟ୍ସ, ଚା, ଚକୋଲେଟ୍, ଅତ୍ୟଧିକ ଲୁଣ, ହାଇ ପ୍ରୋଟିନ୍ ଇନଟେକ ଏବଂ ଅତ୍ୟଧିକ ଚାପ କିଡନୀ ଷ୍ଟୋନ ସୃଷ୍ଟି କରିପାରେ।

    କିଡନୀକୁ ସୁସ୍ଥ ରଖିବା ପାଇଁ କ’ଣ କରିବା ଉଚିତ?

    କିଡନୀକୁ ସୁସ୍ଥ ରଖିବା ପାଇଁ, ନିୟମିତ ବ୍ୟାୟାମ କରନ୍ତୁ, ଆପଣଙ୍କ ଓଜନ ନିୟନ୍ତ୍ରଣ କରନ୍ତୁ, ଧୂମପାନ ଏଡନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ। କିଡନୀ ଷ୍ଟୋନ ହେଲେ, ଖଟା ଛାଛ ବା ଘୋଳ ଦହି, କୋଳଥ ଡାଲି ଏବଂ ଏହାର ପାଣି, ପଥରଚଟ୍ଟା ପତ୍ର, ସକାଳେ 1 ଚାମଚ ନିମ୍ବ ପତ୍ର ରସ ଏବଂ ସନ୍ଧ୍ୟାରେ 1 ଚାମଚ ଓସ୍ତ ପତ୍ର ରସ ପିଇବା ଲାଭଦାୟକ ବୋଲି ବିବେଚନା କରାଯାଏ।

    ଯଦି ଆପଣଙ୍କର ପିତ୍ତକୋଷ ବା ଗଲବ୍ଲାଡର ଷ୍ଟୋନ ହୁଏ ତେବେ କ’ଣ କରିବେ?

    ପିତ୍ତକୋଷରେ  ଷ୍ଟୋନ ମେଦବହୁଳତା, ଭିଟାମିନ୍ ସି ଅଭାବ, ଜଙ୍କ ଫୁଡ୍ ଏବଂ କମ ପାଣଇ ପିଇବା ଯୋଗୁଁ ହୁଏ। ଏଗୁଡିକ ଏଡାଇବା ପାଇଁ, ଆପଣଙ୍କ ଓଜନ ନିୟନ୍ତ୍ରଣ କରନ୍ତୁ, ଭିଟାମିନ୍ ସି ଯୁକ୍ତ ଫଳ ଖାଆନ୍ତୁ, ପ୍ୟାକେଜ୍ ହୋଇଥିବା ଖାଦ୍ୟ ଏଡନ୍ତୁ ଏବଂ ପ୍ରତିଦିନ ପ୍ରାୟ 3 ଲିଟର ପାଣି ପିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ