ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର । ସେଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା ।କରମଙ୍ଗା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ସେତିକି ଲାଭଦାୟକ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା ମଧ୍ୟ କରାଯାଉଛି । ଏଥିରେ ଭିଟାମିନ୍ ସି, ଫାଇବର, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ବି ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଖାସ୍ କଥା ହେଉଛି ଯେ, ଏଥିରେ କ୍ୟାଲୋରି ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସହାୟକ । ଏହି ଫଳ ଅନେକ ଲୋକଙ୍କ ଉପରେ ଭଲ ପ୍ରଭାବ ପକାଉଥିବାବେଳେ ଆଉ କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହାର ଉପକାର ଏବଂ ଅପକାର ସମ୍ପର୍କରେ ଜାଣିବା ।
ଡାଇବେଟିସ ରୋଗ ବର୍ତ୍ତମାନ ସମୟରେ ବଡ଼ ସମସ୍ୟା ପାଲଟିଛି । ଯାହାର ଖାଦ୍ୟପେୟକୁ ନିୟନ୍ତ୍ରଣ କରି ରୋକାଯାଇପାରିବ । ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କରମଙ୍ଗାକୁ ନିଜ ଖାଇବାରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଏକ ଚମତ୍କାରୀ ଫାଇଦା ଦେବ ।
ବର୍ତ୍ତମାନ ସମୟର ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ପାଚନକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟା ପାଇଁ କରମଙ୍ଗା ବେଷ୍ଟ ହୋଇଥାଏ । କରମଙ୍ଗାରେ ଫାଇବର ଭରପୁର ମାତ୍ରାରେ ରହିଛି । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।
ଯଦି ଓଜନକୁ ନେଇ ଚିନ୍ତାରେ ରହିଛନ୍ତି ତେବେ କରମଙ୍ଗା ଖାଇବା ଉଚିତ୍ । ଯାହା ଓଜନ ହ୍ରାସର ଯାତ୍ରାକୁ ସହଜ କରିଥାଏ । ଏହା ବ୍ୟତୀତ ଏହି ଖଟା ମିଠା ଫଳଟି ଦୁର୍ବଳତା ଭଳି ସମସ୍ୟାକୁ ମଧ୍ୟ ଚୁଟକିରେ ଗାଏବ କରିଦେଇଥାଏ । ଆସ୍ଥମା ରୋଗୀଙ୍କ ପାଇଁ ଉପଯୋଗୀ କରମଙ୍ଗା । ଯାହା ଖାଇବା ଦ୍ବାରା ଶ୍ବାସ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ପାଇଲ୍ସ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଏହି ଫଳ । ଏଥିରେ ଲୁଣ ଏବଂ ଗୋଲମରିଚ ମିଶାଇ ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ । ହାଡ଼କୁ ମଧ୍ୟ ମଜବୁତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।
ଏତିକି ନୁହେଁ ବରଂ ଚର୍ମ ଜନିତ ସମସ୍ୟା ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ । ଯେମିତିକି ଏକଜିମା, ଦାଗ ପଡିବା, ଣ୍ଡାଇ ହେବା ଭଳି ଆଦି ସମସ୍ୟାରୁ ଆରାମ ପ୍ରଦାନ କରିଥାଏ ।
ନକରାତ୍ମକ ପ୍ରଭାବ :
ଅଧିକାଂଶ ଲୋକଙ୍କ ପାଖରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଫଳ ଖାଇବା ଦ୍ବାରା ସମସ୍ୟାକୁ ଆହୁରି ବଢାଇ ଦେଇଥାଏ । ଏହି ସମସ୍ୟା ଥିଲେ ଏହି ଫଳଠାରୁ ଦୂରରେ ରୁହନ୍ତୁ । ଆବଶ୍ୟକରୁ ଅଧିକ କରମଙ୍ଗା ଖାଇବା ଦ୍ବାରା ପେଟ ଏବଂ ଛାତିରେ ଜଳାପୋଡ଼ା ହେବାରେ ଲାଗେ । ସେଥିପାଇଁ ଏହି ଫଳ ଖାଇବା ଅନୁଚିତ୍ । ଏହା ସହିତ ଔଷଧ ଖାଉଥିବା ଲୋକମାନେ ଏହି ଫଳ ଖାଇବା ଦ୍ବାରା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ କରମଙ୍ଗା ଖାଇବା ପୂର୍ବରୁ ସବୁ ପ୍ରତି ସଚେତନ ରୁହନ୍ତୁ ।