Saturday, June 20, 2026
37.1 C
Odisha

    ରାଜ୍ୟରେ ଆଗକୁ ସମସ୍ତ ପରୀକ୍ଷା ସ୍ବଚ୍ଛତାର ସହ ହେବ : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଆଗକୁ ସମସ୍ତ ପରୀକ୍ଷା ସ୍ବଚ୍ଛତାର ସହ ହେବ । କୌଣସି ପରୀକ୍ଷାରେ ହେବନି ଜାଲିଆତି । ତେଣୁ ମୁଖ୍ୟମନ୍ତ୍ରୀ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଚାକିରି ପାଇଁ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ କାମ କରୁଛନ୍ତି ସରକାର ।  ଯେଉଁମାନେ ଏଥିରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୀର୍ଘ ଦିନ ଧରି ନିଯୁକ୍ତି ବନ୍ଦ ଥିଲା । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବଡ଼ଧରଣର ନିଯୁକ୍ତି କରାଯାଉଛି । ଏସବୁ ପରୀକ୍ଷା ଯେତେ ସ୍ଵଚ୍ଛ କରାଯାଇପାରିବ ତାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    3.2kmh
    91 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ