Sunday, June 28, 2026
35.8 C
Odisha

    କରାଚିରେ ଆତ୍ମଘାତୀ ଆକ୍ରମଣ, ୬ ଆତଙ୍କୀ ନିହତ, ୪ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    କରାଚି : ପାକିସ୍ତାନରେ ଆତ୍ମଘାତୀ ହମଲା । କରାଚି ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି ।

    ସୂଚନା ଅନୁଯାୟୀ, ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସର ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଗାଡ଼ିରେ ଆସି ମୁଖ୍ୟ ଫାଟକ ଭାଙ୍ଗି କମ୍ପ୍ଲେକ୍ସରେ ପ୍ରବେଶ କରି ହ୍ୟାଣ୍ଡ୍ ଗ୍ରେନେଡ୍ ଫିଙ୍ଗିବା ସହ ଆଖିବୁଜା ଗୁଳି ଚଳାଇଥିଲେ । ଭୟଙ୍କର ବିସ୍ଫୋରଣ ଏବଂ ଗୁଳିମାଡ଼ର ଖବର ପାଇ ପୋଲିସ ଓ ସେନାବାହିନୀର ସ୍ୱତନ୍ତ୍ର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆବାସିକ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି ।

    ପାକିସ୍ତାନର ସ୍ପେଶାଲ୍ ସିକ୍ୟୁରିଟି ୟୁନିଟ୍, ଆଣ୍ଟି-ଟେରୋରିଷ୍ଟ ଫୋର୍ସ ଏବଂ ରେଞ୍ଜର୍ସ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆକ୍ରମଣକାରୀମାନେ ତେହରିକ-ଏ-ତାଲିବାନ ପାକିସ୍ତାନର ଏକ ଗୋଷ୍ଠୀ ଜମାତ-ଉଲ-ଆହରର ସହିତ ଜଡିତ ବୋଲି ଜଣାପଡିଛି । ଘଟଣାରେ ପାକ୍ ସେନାର ୪ ଜଣ ରେଞ୍ଜର୍ସ ପ୍ରାଣ ହରାଇଛନ୍ତି । ଏହାସହ ୬ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.8 ° C
    35.8 °
    35.8 °
    45 %
    1.3kmh
    59 %
    Sun
    37 °
    Mon
    36 °
    Tue
    34 °
    Wed
    34 °
    Thu
    31 °

    ସମ୍ବନ୍ଧିତ