Saturday, March 21, 2026
32.6 C
Odisha

    କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୩/୦୮: ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭିଜିଲାନ୍ସ କେବଳ ଛୋଟ କେରାଣ୍ଡି ଓ ଗଡିଶା ମାଛକୁ ଧରୁଥିଲା । କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ନବୀନ ବାବୁ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ । ଏବେ ମାନ୍ୟବର ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହୋଇଥିବା ବିଜେପି ସରକାର ବିଜେଡିର ଦୁର୍ନୀତିଖୋର ଗେହ୍ଳାପୁଅମାନଙ୍କୁ ଜେଲ୍‌ର ରାସ୍ତା ଦେଖାଉଛି । କେବଳ କିରାଣୀ, ପିଅନ ନୁହେଁ ବରଂ ବିଭିନ୍ନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉଚ୍ଚପଦସ୍ଥ ଅଫିସରମାନଙ୍କ ଉପରେ ଏବେ ଭିଜିଲାନ୍ସ ଚଢ଼ାଉ କରି ସେମାନଙ୍କ କଳାକାରନାମା ଉପରୁ ପରଦା କାଢ଼ୁଛି । ଭିଜିଲାନ୍ସ ଏମିତି ଅନେକ ଅଫିସରଙ୍କୁ ଧରିଛି ଯାହାଙ୍କର ଜାଗା, ବାଡି ଓ କୋଠା ଗଣିଲେ ମଧ୍ୟ ସରୁନାହିଁ । କାହାର ୧୦୦ରୁ ଅଧିକ ତ ଆଉ କାହାର ରାଜ୍ୟ ବାହାରେ ମଧ୍ୟ ସମ୍ପତି । ସମସ୍ତଙ୍କ ଘରେ ପୁଳା ପୁଳା ସୁନା । ନିଜ ନାଁରେ ଯେତିକି ଗାଡି ଅଛି ବେନାମୀ ଗାଡି ସଂଖ୍ୟା ତା’ଠାରୁ ଅଧିକ । ବ୍ୟାଙ୍କ ଲକ୍‌ର, ବୀମା, ଜମାରେ ଅମାପ ସମ୍ପତି ଠାବ ହୋଇଛି । ଏହି ସମସ୍ତ ଦୁର୍ନୀତିଖୋର ଅଧିକାରୀମାନେ ବିଜୁ ଜନତା ଦଳର ୨୪ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଘିଂଥିଲେ । ବିଜେପି ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନବୀନ ବାବୁ ଦିନେ ମୁଖ୍ୟମନ୍ତ୍ରୀ ଥିବାବେଳେ କହିଥିଲେ, “ଆପଣମାନେ ଗାଁ ଜଗନ୍ତୁ ମୁଁ ସଚ୍ଚିବାଳୟ ଜଗିଛି” । ଯଦି ଗାଁ ଜଗିଥିବା ଅଫିସରଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି ତାହାଲେ ସଚ୍ଚିବାଳୟ ଜଗିଥିବା ନବୀନ ବାବୁ ଓ ତାଙ୍କର ଅସାଧୁ ପାରିଷଦଙ୍କ ଘରୁ କେତେ ଟଙ୍କା ବାହାରିବ? ୫-ଟି ଅଧିନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ନବୀନ ବାବୁଙ୍କ ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ଅଫିସରମାନେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ । ଆଗାମୀ ଦିନରେ ଆହୁରି ବଡ ବଡ ମାଛଙ୍କର ମୁଖା ଖୋଲିବ । ନବୀନ ବାବୁ ଦୁର୍ନୀତିଠାରୁ ଦୂରରେ ରୁହନ୍ତି ବୋଲି ଯେଉଁ ଗପଟି ବିଜେଡିର ବଚସ୍କରମାନେ କୁହନ୍ତି ସେମାନେ ଜବାବ ଦିଅନ୍ତୁ ଯେ, ନବୀନ ବାବୁ ଯଦି ସ୍ୱଚ୍ଛ ଥିଲେ ତାହାଲେ ସେ ସରକାରରୁ ଯାଉ ଯାଉ ଏତେ କୋଟିପତି ଦୁର୍ନୀତିଗ୍ରସ୍ତ ଅଫିସରମାନେ ରଙ୍ଗେ ହାତରେ ଧରାପଡିଲେ କେମିତି?
    ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ଯେତେ ଅଫିସରମାନେ ଧରାପଡିଛନ୍ତି ଏ ସମସ୍ତେ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଖୁବ୍ ନିକଟତର ଥିଲେ । ନବୀନ ବାବୁଙ୍କର ସରକାର ସମୟରେ କିଭଳି ଦୁର୍ନୀତିକୁ ନୀତି କରାଯାଇଥିଲା ଓ ଭ୍ରଷ୍ଟାଚାର ସୀମା ପାର କରିଥିଲା ଆଜି ତାହାର ପ୍ରମାଣ ଓଡ଼ିଶା ଲୋକଙ୍କ ସାମ୍ନାରେ । ରାଜନୀତିର ମାଲିକଙ୍କୁ ଖୁସି କରି ନିଜେ କୁବେର ପାଲଟି ଥିବା ସହିତ ସେମାନେ ବିଜେଡି ନେତାମାନଙ୍କୁ ମଧ୍ୟ କୁବେର କରିଛନ୍ତି । ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା । ବିଜେପିର ନୂଆ ସରକାର ଜନସାଧାରଣଙ୍କ ଅର୍ଥ ଲୁଟ୍‌ିଥିବା ଅପରାଧୀ ଓ ସେମାନଙ୍କ ରିଙ୍ଗ୍ ମାଷ୍ଟରଙ୍କୁ ଉଚିତ୍ ଶାସ୍ତି ଦେବ । “ଜନଜାଗରଣ” ଯାତ୍ରା କରିବ ବୋଲି ଘୋଷଣା କରିଥିବା ବିଜେଡି ପ୍ରଥମେ ନିଜର ଏହି ଗେହ୍ଲାପୁଅ ଦୁର୍ନୀତିଖୋରଙ୍କ ବିଷୟରେ ଓଡ଼ିଶାର ଲୋକଙ୍କୁ ସ୍ପଷ୍ଟୀକରଣ ଦେଉ ।
    ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ