Sunday, September 13, 2026
23 C
Odisha

    ପୋଲିସ୍‌ କ଼୍ବାର୍ଟରରୁ ମିଳିଲା ୫ ମୃତଦେହ

    ଆଗକୁ ପଢନ୍ତୁ

    ପାଟଣା: ଭାଗଲପୁର ପୋଲିସ୍‌ ଲାଇନ୍‌ର ଏକ କ଼୍ବାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ ଖେଳି ଯାଇଛି । କ଼୍ବାର୍ଟରରୁ ଜଣେ ମହିଳା ପୋଲିସ୍‌ଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ଡିଆଇଜି, ଏସ୍‌ଏସ୍‌ପି, ସିଟି ଏସ୍‌ପି, ସିଟି ଡିଏସ୍‌ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।
    ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ ଜବତ କରିଛି । ଯେଉଁଥିରେ ମହିଳା କନଷ୍ଟେବଳଙ୍କ ସ଼୍ବାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ସ଼୍ବୀକାର କରିଛନ୍ତି। କୁହାଯାଉଛି ଯେ କନଷ୍ଟେବଳ ପତ୍ନୀ, ଦୁଇ ପିଲା ଏବଂ ତାଙ୍କ ମାଆଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଦଉଡ଼ିରେ ଝୁଲି ପଡ଼ିଛନ୍ତି।
    ତେବେ ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଭାଗଲପୁର ଡିଆଇଜି ବିବେକାନନ୍ଦ କହିଛନ୍ତି ଯେ କନଷ୍ଟେବଳ ନିତୁ କୁମାରୀ, ତାଙ୍କ ଦୁଇ ସନ୍ତାନ ଏବଂ ନୀଟୁଙ୍କ ଶାଶୁଙ୍କ ମୃତଦେହ ମିଳିଛି, ଚାରିଜଣଙ୍କ ଗଳା କଟିଯାଇଛି। କିନ୍ତୁ ନିତୁଙ୍କ ସ଼୍ବାମୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ ପରିବାରର ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଛି। ମୃତ ମହିଳା କନଷ୍ଟେବଳ ନିତୁ କୁମାରୀ ୨୦୧୫ରେ ପୋଲିସ୍‌ ବିଭାଗରେ ଯୋଗ ଦେଇଥିଲେ । ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ପଚରାଉଚରା ବେଳେ ଜଣାପଡିଛି ଯେ ସ଼୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନ ଧରି ଝଡ଼ା ଲାଗି ରହିଥିଲା। ଗତକାଲି ସାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ