Thursday, July 2, 2026
24.6 C
Odisha

    କଳାରଙ୍ଗର ପୋଷାକ ପସନ୍ଦ କରୁଥିବା ଝିଅମାନଙ୍କ ସ୍ଵଭାଵ ଖୁବ ମ୍ୟାଚିଓର

    ଆଗକୁ ପଢନ୍ତୁ

    ବିଶେଷ ଭାବରେ କଳାରଙ୍ଗ ଝିଅମାନଙ୍କର ଖୁବ ପ୍ରିୟ ହୋଇଥାଏ l ମନୋବିଜ୍ଞାନୀଙ୍କ ମତରେ ପୋଷାକ ବ୍ୟକ୍ତିର ପର୍ସନାଲିଟି ମନର ଭାବକୁ ଦର୍ଶାଇଥାଏ l ତେଣୁ ମନୋବିଜ୍ଞାନୀଙ୍କ ମତରେ କଳାରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ କିଛିଟା ବିଶେଷ ସ୍ୱଭାବର ହୋଇଥାଆନ୍ତି l

    ମନୋବିଜ୍ଞାନ କହୁଛି ଯେ କଳାରଙ୍ଗ ଆତ୍ମବିଶ୍ୱାସ ଓ ଶକ୍ତିର ପ୍ରତୀକ ଅଟେ l କଳା ରଙ୍ଗର ପୋଷାକ ପିନ୍ଧୁଥିବା ଝିଅମାନେ ନିଜକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭର ଅନୁଭବ କରନ୍ତି , ଯାହା ତାଙ୍କ ସ୍ପେସିଆଲ କ୍ୱାଲିଟିକୁ ଦର୍ଶାଏ l

    କଳାରଙ୍ଗ ରହସ୍ୟ ଓ ଆକର୍ଷଣର ସଂକେତ ଦେଇଥାଏ, କଳାରଙ୍ଗର ପୋଷାକ ପିନ୍ଧୁଥିବା ଝିଅମାନେ ନିଜର ବ୍ୟକ୍ତିତ୍ୱରେ ରହସ୍ୟ ରଖିଥାଆନ୍ତି ଏବଂ ଅନ୍ୟ ନିକଟରେ ନିଜକୁ ଠିକ ଭାବରେ ଉପସ୍ଥାପନ କରିବାରେ ସକ୍ଷମ ଅଟନ୍ତି l

    କଳାରଙ୍ଗକୁ ବିଶେଷ ଭାବରେ ପରିପକ୍ଵତାରେ ଯୋଡାଯାଇ ଥାଏ l ମନୋବିଜ୍ଞାନୀଙ୍କ ମତରେ ଯେଉଁମାନେ କଳାରଙ୍ଗକୁ ପସନ୍ଦ କରନ୍ତି ସେମାନେ ନିଜର ପରିପକ୍ଵତା ଅର୍ଥାତ ମ୍ୟାଚୁରିଟିକୁ ଦର୍ଶାଇ ଥାଆନ୍ତି l

    କଳାରଙ୍ଗର ପୋଷାକ ପିନ୍ଧିବାକୁ ଅନେକ ବ୍ୟକ୍ତି ଫେସନ ଭାବରେ ଦର୍ଶାଇ ଥାଆନ୍ତି l କିନ୍ତୁ ଏହା ତାହା ନୁହେଁ, ଏଭଳି ପୋଷାକ ପିନ୍ଧୁଥିବା ମହିଳା ମାନେ ନିଜ ପ୍ରତି ବେଶ ସଚେତନ ଅଟନ୍ତି ଏବଂ ଖୁବ ଚାଲାକିର ସହିତ ନିଜକୁ ସୁରକ୍ଷିତ କରି ପାରନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    1.6kmh
    100 %
    Wed
    25 °
    Thu
    30 °
    Fri
    29 °
    Sat
    31 °
    Sun
    31 °

    ସମ୍ବନ୍ଧିତ