Sunday, July 19, 2026
30.3 C
Odisha

    କଳିଯୁଗ ଶେଷ ହେବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, ଭବିଷ୍ୟବାଣୀ ପୁରୀ ମନ୍ଦିର ସହିତ ଜଡିତ

    ଆଗକୁ ପଢନ୍ତୁ

    ଦିନ ଓ ରାତି, ଜନ୍ମ ଓ ମୃତ୍ୟୁ ଯେମିତି ସତ୍ୟ, ସେହିପରି ଯୁଗ ପରିବର୍ତ୍ତନ ମଧ୍ୟ ଅଟଳ ସତ୍ୟ । କୁହାଯାଏ, ସମୟର ଚକ୍ର କେବେ ବି ଅଟକି ରହେ ନାହିଁ । ସତ୍ୟଯୁଗ, ତ୍ରେତୟା, ଦ୍ୱାପର ପରେ ଏବେ ଚାଲିଛି କଳିଯୁଗ । ପୁରାଣ ଓ ଧାର୍ମିକ ମାନ୍ୟତା ଅନୁସାରେ, କଳିଯୁଗ ହେଉଛି ଏକ ଏଭଳି ସମୟ, ଯେଉଁଠି ଧର୍ମ ଧୀରେ ଧୀରେ କମି ଅଧର୍ମ ବଢ଼ିଥାଏ । ମଣିଷ ମଧ୍ୟରେ ଲୋଭ, ମୋହ, ମିଛ, ଅନ୍ୟାୟ ଓ ଅହଂକାର ବଢ଼ିବା ସହିତ ସତ୍ୟ ଓ ନ୍ୟାୟ ଦୁର୍ବଳ ହୋଇଯାଏ । କଳିଯୁଗ ଶେଷ ହେବାର ଅନେକ ଭବିଷ୍ୟବାଣୀ ମିଳିଛି । ହେଲେ ଆହୁରି ଅନେକ କିଛି ମଧ୍ୟ ସଙ୍କେତ ରହିଛି । ଯେଉଁଥିରେ ପୁରୀ ଜଗନ୍ନାଥ ମନ୍ଦିର ସାମିଲ ରହିଛି । ଏହାର ଶେଷ ପରିଣତି ବା ଏହି ଯୁଗର ଶେଷ ସମୟ ଜଗନ୍ନାଥ ମନ୍ଦିର ସହିତ ଜଡିତ । ଯାହା ଏହି ଯୁଗର ଶେଷ ହେବାର ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ସେହି ସଙ୍କେତ ସମ୍ପର୍କରେ ଜାଣିବା ।

    ହିନ୍ଦୁ ଧର୍ମ ଅନୁସାରେ ୪ଟି ପବିତ୍ର ତୀର୍ଥ ସ୍ଥାନ ମଧ୍ୟରୁ ଜଗନ୍ନାଥ ପୁରୀ ମନ୍ଦିର ଗୋଟିଏ । ଯାହା ଅନେକ ରହସ୍ୟ ବହନ କରେ । ଯେଉଁଠାରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇଥାଆନ୍ତି । ଯାହାଙ୍କ ଲୀଳା ବଡ଼ ବିଚିତ୍ର । କୁହାଯାଏ ଯେ, ସନ୍ଥ ଅଚ୍ୟୁତାନନ୍ଦ ଦାସ ମହାରାଜ ପ୍ରାୟ ୫୦୦ ବର୍ଷ ପୂର୍ବେ ଭବିଷ୍ୟମାଳା ନାମକ ଏକ ପୁସ୍ତକରେ ଅନେକ ଭବିଷ୍ୟବାଣୀ ଲେଖିଥିଲେ । ଏହି ଭବିଷ୍ୟବାଣୀଗୁଡ଼ିକ ବିଶେଷ ଭାବରେ ଜଗନ୍ନାଥ ପୁରୀ ମନ୍ଦିର ସହିତ ଜଡିତ ରହସ୍ୟ ମଧ୍ୟ ଉଲ୍ଲେଖ ରହିଛି । କଳିଯୁଗ ଶୀର୍ଷରେ ପହଞ୍ଚିବା ପୂର୍ବରୁ କିଛି କିଛି ସଙ୍କେତ ଦେଇଥାଏ । ଯାହା ପୁରୀ ଜଗନ୍ନାଥ ମନ୍ଦିର ସହିତ ଜଡିତ । ଯେଉଁଥିରୁ ଆମେ ସଚେତନ ହୋଇଯାଇପାରିବା ଯେ କଳିଯୁଗ ଶେଷ ହେବାକୁ ଯାଉଛି ।

    ପ୍ରଥମ ଭବିଷ୍ୟବାଣୀ : ଏଥିରେ କୁହାଯାଇଛି ଯେ, ୨୦୧୫ ମସିହାରେ ପ୍ରତିମା ସ୍ଥାପନର ନିର୍ଦ୍ଧାରିତ ସମୟ ସତ୍ତ୍ୱେ, ଏହି ପ୍ରକ୍ରିୟା ରାତିରେ ହୋଇନଥିଲା ଏବଂ ପରଦିନ ଅପରାହ୍ନରେ ସମାପ୍ତ ହୋଇଥିଲା, ଯାହାକୁ କିଛି ଲୋକ ଏହି ଭବିଷ୍ୟବାଣୀ ସହିତ ଯୋଡିଛନ୍ତି ।
    ଦ୍ବତୀୟ ଭବିଷ୍ୟବାଣୀ : ଏଥିରେ କୁହାଯାଇଛି ଯେ, ମନ୍ଦିରର ପଥରଗୁଡ଼ିକ ଆପେ ଆପେ ପଡ଼ିବା ଆରମ୍ଭ କରିବ । ଏହା ମନ୍ଦିରର ଦୁର୍ବଳତାର ସଙ୍କେତ ନୁହେଁ ବରଂ ପୃଥିବୀରେ ପାପ ବୃଦ୍ଧିର ସଙ୍କେତ ଦେବ । ସ୍ଥାନୀୟ ଲୋକଙ୍କ ମତରେ ମନ୍ଦିରରୁ ପଥର ପଡ଼ିବା ଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି ।
    ତୃତୀୟ ଭବିଷ୍ୟବାଣୀ : ଏହି ତୃତୀୟ ଭବିଷ୍ୟବାଣୀ ମନ୍ଦିରର ପବିତ୍ର କଳ୍ପବୃକ୍ଷ ସହିତ ଜଡିତ । ଗଛଟି ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ସମୟରେ ପଡ଼ିଯିବ ବୋଲି ଭବିଷ୍ୟବାଣୀ କରାଯାଇଥିଲା । ଯେଉଁ ଘଟଣା ୨୦୧୯ ମସିହା ମହାବାତ୍ୟାବେଳେ ଦେଖିବାକୁ ମିଳିଥିଲା ।
    ଚତୁର୍ଥ ଭବିଷ୍ୟବାଣୀ : ଏହି ଭବିଷ୍ୟବାଣୀ ମନ୍ଦିରର ପତାକା ସହିତ ଜଡିତ । ଏହି ପତାକା କେବେ ପବନରେ ଉଡ଼େ ନାହିଁ ବିନ୍ତୁ କଳିଯୁଗ ସମୟରେ ଏହା ସମୁଦ୍ରରେ ପଡ଼ିବ ବୋଲି କୁହାଯାଇଥିଲା । ଯାହା ୨୦୨୯ ମସିହାରେ ଘଟିଥିବା ଦାବି କରାଯାଇଥିଲା ।
    ପଞ୍ଚମ ଭବିଷ୍ୟବାଣୀ : ଏହି ସଙ୍କେତ ସୁଦର୍ଶନ ଚକ୍ର ସହିତ ଜଡିତ । କୁହାଯାଉଥିଲା ଯେ ଏକ ସମୟ ଆସିବ ଯେତେବେଳେ ପ୍ରବଳ ପବନ ଚକ୍ରକୁ ବଙ୍କା କରିବ । ଘୂର୍ଣ୍ଣିବାତ୍ୟା ସମୟରେ ମଧ୍ୟ ସମାନ ଭବିଷ୍ୟବାଣୀ କରାଯାଇଥିଲା ।
    ଷଷ୍ଠ ଭବିଷ୍ୟବାଣୀ : ଏଥିରେ ମନ୍ଦିର ପତାକାରେ ନିଆଁ ଲାଗିବା ବିଷୟରେ ଥିଲା। କୁହାଯାଉଥିଲା ଯେ ଏହା ପରେ ଏକ ବଡ଼ ବିପର୍ଯ୍ୟୟ ଘଟିବ । ୨୦୨୦ ପତାକା ଅଗ୍ନିକାଣ୍ଡ ପରେ ଲୋକମାନେ ଏହାକୁ କରୋନା ଭାଇରସ୍ ନାମକ ମହାମାରୀ ଭଳି ବିଶ୍ବବ୍ୟାପୀ ରୋଗ ସହିତ ଯୋଡିଥିଲେ ।
    ସପ୍ତମ ଭବିଷ୍ୟବାଣୀ : କୁହାଯାଏ ଯେ ମନ୍ଦିର ଉପରେ ପକ୍ଷୀ କିମ୍ବା ବିମାନ ଉଡ଼େ ନାହିଁ । କିନ୍ତୁ କିଛି ବର୍ଷ ପୂର୍ବେ, ମନ୍ଦିର ଉପରେ ବସିଥିବା ପକ୍ଷୀକୁ ଏକ ଅଶୁଭ ସଙ୍କେତ ଭାବରେ ବିବେଚନା କରାଯାଇଥିଲା ।
    ଶେଷ ଭବିଷ୍ୟବାଣୀ : ଶେଷ ସମୟରେ ଆକାଶରୁ ରକ୍ତ ଟୋପା ପଡ଼ିଥିବା ଦେଖିବାକୁ ମିଳିବ । କିନ୍ତୁ ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇନାହିଁ ।
    ଲୋକମାନେ ଏହି ସମସ୍ତ ଭବିଷ୍ୟବାଣୀକୁ କଳିଯୁଗର ସଙ୍କେତ ସହିତ ଜଡିତ କରନ୍ତି । ବିଶ୍ୱାସ କରାଯାଏ ଯେ କଳିଯୁଗର ଅନ୍ତିମ ପର୍ଯ୍ୟାୟରେ, ଭଗବାନ ବିଷ୍ଣୁ କଳ୍କି ଅବତାର ଭାବରେ ଜନ୍ମ ନେବେ ଏବଂ ସତ୍ୟ ଯୁଗର ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.3 ° C
    30.3 °
    30.3 °
    66 %
    2.3kmh
    84 %
    Sun
    30 °
    Mon
    30 °
    Tue
    24 °
    Wed
    26 °
    Thu
    29 °

    ସମ୍ବନ୍ଧିତ