Tuesday, September 29, 2026
24.9 C
Odisha

    କଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ଯବାନ ସହିଦ

    ଆଗକୁ ପଢନ୍ତୁ

    ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିଥିଲା। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ମେନ୍ଧର ସବ୍ ଡିଭିଜନ୍ ଅନ୍ତର୍ଗତ ମନକୋଟ ସେକ୍ଟରର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଓ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେନା ଯବାନମାନେ ଗାଡ଼ିରେ ନିଜ ପୋଷ୍ଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିରେ ମୋଟ ୧୮ ଜଣ ଯବାନ ଥିଲେ।

    ପୁଲିସର ସୂଚନା ଅନୁସାରେ, ମଙ୍ଗଳବାର ସଂଧ୍ୟା ପ୍ରାୟ ୫ଟା ୪୦ ମିନିଟ୍ ରେ ୧୧-ମରାଠା ଲାଇଟ୍ ଇନ୍ଫେଣ୍ଟରିର ଏକ ସେନା ଗାଡ଼ି ନୀଳମ ମୁଖ୍ୟାଳୟରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା। ଘୋରା ପୋଷ୍ଟ ନିକଟରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ