Sunday, October 4, 2026
30.6 C
Odisha

    କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗ: ଯୋଗୀଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି। କାଉଡ଼ିଆଙ୍କ ଯାତ୍ରା ରୁଟ୍‌ରେ ଖାଦ୍ୟ ସାମଗ୍ରୀ, ଫଳ, ପାଣି ଆଦି ବିକ୍ରି କରୁଥିବା ସମସ୍ତ ଦୋକାନ, କ୍ୟାବିନ ଓ ଠେଲାଗାଡ଼ିରେ ମାଲିକ ଓ କର୍ମଚାରୀଙ୍କ ନାମ ଲେଖାଥିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ସରକାର ନିର୍ଦେଶ ଦେଇଥିଲେ। ୟୁପି ସରକାରଙ୍କ ନିଷ୍ପତ୍ତି ପରେ ପରେ ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶର ଉଜ୍ଜୟୀନ ପୌର କର୍ତ୍ତୃପକ୍ଷ ମଧ୍ୟ ଅନୁରୂପ ଆଦେଶ ଜାରି କରିଥିଲେ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ ଅଫ ପ୍ରୋଟେକ୍ସନ ଅଫ ସିଭିଲ ରାଇଟ୍ସ ପକ୍ଷରୁ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏହାପରେ ରୋକ ଲଗାଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହ ସୁପ୍ରିମକୋର୍ଟ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ପଠାଇ ଉତ୍ତର ମାଗିଛନ୍ତି । କୋର୍ଟ କହିଛନ୍ତି ଯେ ଦୋକାନୀମାନେ ସେମାନଙ୍କ ନାମ ପ୍ରକାଶ କରିବା ଆବଶ୍ୟକ କରନ୍ତି ନାହିଁ। ସେମାନେ କେବଳ କ’ଣ ଏବଂ କେଉଁ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତାହା କହିବେ ବା ବୋର୍ଡରେ ଲେଖିବେ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ