Thursday, April 23, 2026
41 C
Odisha

    କାନପୁର ଲାମ୍ବୋର୍ଗିନି ଦୁର୍ଘଟଣା ମାମଲାରେ ଗିରଫ ଶିବମ ମିଶ୍ରାଙ୍କୁ ଜାମିନ, ୧୪ ଦିନିଆ ପୋଲିସ ରିମାଣ୍ଡ ଖାରଜ

    ଆଗକୁ ପଢନ୍ତୁ

    କାନପୁର : କାନପୁର ଲାମ୍ବୋର୍ଗିନି କାଣ୍ଡ ମାମଲାରେ କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରାଙ୍କୁ ଜିଲ୍ଲା କୋର୍ଟରୁ ଜାମିନ ମିଳିଛି । କୋର୍ଟ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଶିବମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ଉପରେ ଶୁଣାଣି ବେଳେ ପୋଲିସ ୧୪ ଦିନିଆ ରିମାଣ୍ଡ ମାଗିଥିଲା । କିନ୍ତୁ କୋର୍ଟ ପୋଲିସର ଆବେଦନକୁ ଖାରଜ କରି ଦେଇଥିଲେ ।

    ଗୁରୁବାର ସକାଳ ୯ଟାରେ ଗିରଫ ହୋଇଥିବା ଶିବମ ମିଶ୍ରାକୁ ମାତ୍ର ୭ ଘଣ୍ଟା ଭିତରେ ଜାମିନ ମିଳିଯାଇଛି । ପୋଲିସ ତଦନ୍ତରେ ଜଣାପଡ଼ିଥିଲା ଯେ, ଦୁର୍ଘଟଣା ଘଟାଇବା ସମୟରେ ଶିବମ ମିଶ୍ରା ହିଁ ଡ୍ରାଇଭିଂ ସିଟରେ ବସିଥିଲା ଓ କାର୍ ଚଲାଉଥିଲା ।

    ସୂଚନାଯୋଗ୍ୟ, କାନପୁରରେ ଭିଆଇପି ରୋଡରେ ଲାମ୍ୱୋର୍ଗିନି କାରରେ ଘଟାଇଥିବା ଦୁର୍ଘଟଣା ମାମଲାରେ ବଂଶୀଧର ଟୋବାକୋ ଗ୍ରୁପ ମାଲିକ କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରାଙ୍କୁ ଆଜି ଗିରଫ କରାଯାଇଥିଲା । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ, ଯାହା ପରେ ଏହି ଖବର ଚର୍ଚ୍ଚାକୁ ଆସିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41 ° C
    41 °
    41 °
    8 %
    3.2kmh
    100 %
    Thu
    40 °
    Fri
    43 °
    Sat
    43 °
    Sun
    44 °
    Mon
    45 °

    ସମ୍ବନ୍ଧିତ