Sunday, October 4, 2026
22.7 C
Odisha

    କାନାଡ଼ା ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା

    ଆଗକୁ ପଢନ୍ତୁ

    ୱାଶିଂଟନ  : ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର ଏହି ପଦକ୍ଷେପ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପାଲଟା ଚେତାବନୀ ଦେଇଛନ୍ତି। ନିଜ ଦେଶର ଶ୍ରମିକ ଓ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ କାନାଡ଼ା ମଧ୍ୟ ଆମେରିକା ସାମଗ୍ରୀ ଉପରେ ସମାନ ପରିମାଣର ଶୁଳ୍କ ଲଗାଇ ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି।ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀଅର କହିଛନ୍ତି ଯେ, ଆମେରିକା ପକ୍ଷରୁ ଇସ୍ପାତ, ଆଲୁମିନିୟମ୍, ଅଟୋମୋବାଇଲ୍ ଏବଂ କାଠ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରିବାର ପ୍ରସ୍ତାବ ଦିଆଯାଇଥିଲା; କିନ୍ତୁ କାନାଡ଼ା ଶେଷ ମୁହୂର୍ତ୍ତରେ ଏହି ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ମନା କରିଦେଇଥିଲା। ଅପରପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେରିକା ଶେଷ ମୁହୂର୍ତ୍ତରେ ରଖିଥିବା ସର୍ତ୍ତଗୁଡ଼ିକ ଅନ୍ୟାୟପୂର୍ଣ୍ଣ ଏବଂ ଅପ୍ରାସଙ୍ଗିକ ଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ କୌଣସି ସମ୍ମତି ହୋଇପାରି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ