Thursday, September 19, 2024
23 C
Odisha

    କାରକୁ ପିଟିଲା ବାଇକ ଆରୋହୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ପାଟଣାଗଡ଼ ୨୪|୮ (ସମିସ)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଛକ ନିକଟରେ କାରକୁ ଧକ୍କା ଦେବା ଫଳରେ ବାଇକ ପଛପଟେ ବସିଥିବା ପଦ୍ମପୁର ଥାନା ଦହିତା ଗାଁ ର ଜସ୍ମିତା ଥନାପତି ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ସୂଚନା ଅନୁସାରେ ଖପ୍ରାଖୋଲ ଡ଼ାକ ବିଭାଗ ରେ ଗ୍ରାମ୍ୟ ଡ଼ାକ ସେବକ ଭାବରେ କାର୍ଯ୍ୟରତ ଯୋଗିମୁଣ୍ଡ ଗାଁ ର ସନୁ ନାଏକ ଓ ପଦ୍ମପୁର ଥାନା ଦହିତା ଗାଁ ର ଜସ୍ମିତା ଥନାପତି ଦୁହେଁ ଏକ ସ୍ପିଡି ବାଇକ୍ ଗାଡ଼ି ନଂ ଓଡି୧୭ଐ ୨୧୨୩ ଯୋଗେ ଖପ୍ରାଖୋଲ ରୁ ବାହାରି ପାଟଣାଗଡ଼ ଦେଇ ବଲାଙ୍ଗୀର ପଟୁକୁ ଯାଉଥିଲେ । ଭଇଁଷା ଛକ ନିକଟରେ ବଲାଙ୍ଗୀର ପଟୁ ଆସୁଥିବା ଏକ କାର ନଂ ଓଡି ୦୩ ଜେ ୧୫୬୫ ସେମାନଙ୍କୁ ଧକ୍କା ଦେବା ଫଳରେ ବାଇକ ପଛ ପଟେ ବସିଥିବା ଜସ୍ମିତା ଓ ସନୁ ଛିଟିକି ପଡ଼ି ଗୁରୁତର ଅବସ୍ଥାରେ ଛଟପଟଥିଲେ । ସେହି ରାସ୍ତା ଦେଇ ଯାଇଥିବା ପଥଚାରି ମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଡାକ୍ତରଖାନା କୁ ଆଣିଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ଗୁରୁତର ଜସ୍ମିତା ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ସନୁ ଙ୍କ ଅବସ୍ଥା ଠକ୍ ଥିବା ଜଣାପଡ଼ିଛି। ଜସ୍ମିତା ଙ୍କ ମୁଣ୍ଡ ବେକ ଓ ଆଖି ପାଖରେ ଗଭୀର ଆହତ ଲାଗିଥିବା ବେଳେ ସନୁ ଙ୍କ ଗାଳରେ ଆହତ ଲାଗିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ