Monday, November 16, 2026
20.9 C
Odisha

    କାର୍ତ୍ତିକ ମାସରେ ବିଧିବିଧାନରେ କରନ୍ତୁ ତୁଳସୀଙ୍କ ପୂଜା, ପରିବାର ଉପରେ କୃପା ବର୍ଷାଇବେ ଲକ୍ଷ୍ମୀ ନାରାୟଣ

    ଆଗକୁ ପଢନ୍ତୁ

    କାର୍ତ୍ତିକ ମାସ ଗତକାଲି ଠାରୁ ଆରମ୍ଭ ହୋଇଗଲାଣି । ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ କାର୍ତ୍ତିକ ମାସ । ଏହି ମାସରେ ଗୋବର୍ଦ୍ଧନ ପୂଜା, ଦୀପାବଳି, ଭାଇଦୁଜ ଭଳି ବଡ ବଡ ଉତ୍ସବ ପାଳନ କରାଯାଏ । କୁହାଯାଏ ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରନ୍ତି । ତେଣୁ ଯେଉଁମାନେ କାର୍ତ୍ତିକ ମାସରେ ଶ୍ରଦ୍ଧାର ସହ ତୁଳସୀଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ଲକ୍ଷ୍ମୀ-ନାରାୟଣଙ୍କ କୃପା ବର୍ଷିଥାଏ । ଏହି ମାସରେ ତୁଳସୀଙ୍କୁ ପୂଜା କରିବା ପାଇଁ କିଛି ବିଶେଷ ଉପାୟ ରହିଛି, ଯାହା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ…

    କେଉଁଦିନ ଛିଣ୍ଡାଇବେ ନାହିଁ ତୁଳସୀ ପତ୍ର :

    ବାୟୁ ପୁରାଣ ଅନୁଯାୟୀ, ରାତିରେ କେବେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଏହା ସହିତ ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ରବିବାର ଏବଂ ସଙ୍କ୍ରାନ୍ତିରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଯଦି ଆପଣ ଶରୀରରେ ତେଲ ଲଗାଇଛନ୍ତି, ସେହି ସମୟରେ ତୁଳସୀ ପତ୍ର ମଧ୍ୟ ଛିଣ୍ଡାନ୍ତୁ ନାହିଁ । ଏହାଛଡା କାର୍ତ୍ତିକ ମାସରେ ଯଦି କାହାର ମୃତ୍ୟୁ କିମ୍ବା ଜନ୍ମ ହୋଇଥାଏ, ତେବେ ସେହିଦିନ ତୁଳସୀ ପତ୍ର ଛିଣ୍ଡାଇବା ମନା କରାଯାଇଛି ।

    ପଶ୍ଚିମ ଦିଗକୁ ମୁହଁ କରି ତୋଳନ୍ତୁ ନାହିଁ ତୁଳସୀ ପତ୍ର :

    ଧର୍ମ ପୁରାଣ ଅନୁଯାୟୀ, କେବେ ବି ପଶ୍ଚିମ ଦିଗକୁ ମୁହଁ କରି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରନ୍ତୁ । ଏହା ସହିତ, ସକାଳେ ତୁଳସୀଙ୍କୁ ପୂଜା କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

    କେବେ ବି ନ ଗାଧୋଇ ପୂଜା କରନ୍ତୁ ନାହିଁ :

    କେବେ ବି ନ ଗାଧୋଇ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ କିମ୍ବା ପୂଜା କରନ୍ତୁ ନାହିଁ । ଯଦି ଆପଣ ନ ଗାଧୋଇ ଏମିତି କରନ୍ତି, ତେବେ ପୂଜାର ନିଷ୍ଫଳ ମିଳିଥାଏ । କାର୍ତ୍ତିମ ମାସରେ ଖାଇ ସାରିବା ପରେ ତୁଳସୀ ଗଛ ମୂଳେ ଛିଣ୍ଡିଥିବା ପତ୍ରକୁ ଗୋଟେଇ ଖାଇପାରିବେ । ଏହା ବହୁତ ଶୁଭ ହୋଇଥାଏ । ଏହି ମାସରେ ବିଧିବିଧାନରେ ତୁଳସୀ ପୂଜା କଲେ ଆଶୀର୍ବାଦ ସହିତ ମା’ ଲକ୍ଷ୍ମୀ ମଧ୍ୟ ଘରେ ବାସ କରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.9 ° C
    20.9 °
    20.9 °
    70 %
    1.5kmh
    100 %
    Mon
    20 °
    Tue
    27 °
    Wed
    24 °
    Thu
    20 °
    Fri
    21 °

    ସମ୍ବନ୍ଧିତ