Saturday, November 14, 2026
20.5 C
Odisha

    କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ

    ଆଗକୁ ପଢନ୍ତୁ

    ଜଳେଶ୍ବର : କାଳୀ ପୂଜା ମେଳାରେ ବଡ଼ ଅଘଟଣ । ବିଳମ୍ବିତ ରାତିରେ କାଳୀପୂଜା ମେଳାରେ ଘଟିଛି ଭୟାବହ ଅଗ୍ନିକାଣ୍ତ । ଜଳିଗଲା ୧୦ରୁ ଅଧିକ ଦୋକାନ । ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଖଳାବାଡିଆ ଗ୍ରାମସ୍ଥିତ ଭୋଗରାଇ ଲକ୍ ନିକଟରେ କାଳୀପୂଜା ମେଳା ରେ ଅଘଟଣ। ମେଳାରେ ଶତାଧିକ ଦୋକାନୀ ବ୍ଯବସାୟ ପାଇଁ ଦୋକାନ ଖୋଲିଥିଲେ ।

    ହଠାତ ବିଳମ୍ବିତ ରାତିରେ ଗୋଟିଏ ଦୋକାନରେ ନିଆଁ ଲାଗିବା ସହ ସଙ୍ଗେ ସଙ୍ଗେ ଅନ୍ଯ ଦୋକାନ ଗୁଡିକ ବ୍ୟାପିଯାଇଥିଲା । ନିଆଁ ର ପ୍ରକୋପ ଏତେ ଥିଲା ଯେ ଅଳ୍ପ ସମୟ ମଧ୍ଯ ରେ ୧୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଭୋଗରାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ସର୍ଟ ସର୍କିଟରୁ ଏଭଳି ଭୟାବହ ଅଗ୍ନିକାଣ୍ତ ଘଟିଥିବା ସନ୍ଦେହ କରା ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    76 %
    0.5kmh
    0 %
    Sat
    27 °
    Sun
    27 °
    Mon
    27 °
    Tue
    27 °
    Wed
    24 °

    ସମ୍ବନ୍ଧିତ