Sunday, March 29, 2026
25.1 C
Odisha

    କାହାକୁ ‘ମିଆଁ-ତିଆଁ’, ‘ପାକିସ୍ତାନୀ’ କହିବା ଅପରାଧ ନୁହେଁ: ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କାହାକୁ ‘ମିଆଁ-ତିଆଁ’ କିମ୍ବା ‘ପାକିସ୍ତାନୀ’ କହିବା ଖରାପ ହୋଇପାରେ କିନ୍ତୁ ଏହା ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଅପରାଧ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ସରକାରୀ କର୍ମଚାରୀଙ୍କୁ ‘ପାକିସ୍ତାନୀ କହିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଝାଡ଼ଖଣ୍ଡର ଜଣେ ଉର୍ଦ୍ଦୁ ଅନୁବାଦକ ଓ ଜଣେ କାର୍ଯ୍ୟକାରୀ କିରାଣୀ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ସୂଚନା ଅଧିକାର (ଆର୍‌ଟିଆଇ) ଆବେଦନ ସମ୍ପର୍କରେ ସୂଚନା ପାଇଁ ସେମାନେ ଅଭିଯୁକ୍ତଙ୍କ ପାଖକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଧର୍ମ ଉଲ୍ଲେଖ କରି ଗାଳିଗୁଲଜ କରିବା ସହ ନିଜ ସରକାରୀ ଦାୟିତ୍ବ ନିର୍ବାହକୁ ରୋକିବା ପାଇଁ ଆପରାଧିକ ବଳ ପ୍ରୟୋଗ କରିଥିଲେ। ଏହା ପରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୨୯୮ (ଧାର୍ମିକ ଭାବନାକୁ ଆଘାତ ଦେବା), ୫୦୪ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନ) ଏବଂ ୩୫୩ (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ନିର୍ବାହ କରିବାରେ ବାଧା ଦେବା ପାଇଁ ଆକ୍ରମଣ କିମ୍ବା ଆପରାଧିକ ବଳ ପ୍ରୟୋଗ) ଅନୁଯାୟୀ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା।

    ଏ ବାବଦ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆବେଦନକାରୀ ‘ମିଆଁ-ତିଆଁ’ ଏବଂ ‘ପାକିସ୍ତାନୀ’ କହି ସୂଚନାଦାତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ଏଭଳି ବିବୃତି ଖରାପ ହୋଇଥିଲେ ମଧ୍ୟ ଏହା ସୂଚନାଦାତାଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ତରଫରୁ ଏପରି କୌଣସି କାର୍ଯ୍ୟ କରାଯାଇ ନାହିଁ ଯାହା ଉତ୍ତେଜନା ସୃଷ୍ଟି କରିପାରେ। ପୁନଶ୍ଚ ଆଇପିସିର ଧାରା ୩୫୩ ଲାଗୁ କରିବା ପାଇଁ ଆବେଦନକାରୀଙ୍କ ଦ୍ୱାରା କୌଣସି ଆକ୍ରମଣ କିମ୍ବା ବଳ ପ୍ରୟୋଗ କରାଯାଇ ନାହିଁ। ଏଥିପାଇଁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଉଛି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ