Tuesday, April 7, 2026
35.3 C
Odisha

    କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ହିଁ କାହିଁକି ଭୁକେ କୁକୁର ?

    ଆଗକୁ ପଢନ୍ତୁ

    ଲୋକେ ଆଜିକାଲି ଘରେ ଗୃହ ପାଳିତ ପଶୁ ରଖିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ଲୋକେ ପ୍ରାୟତଃ ଘରେ କୁକୁର ପାଳିଥା’ନ୍ତି। ଭିନ୍ନ ଭିନ୍ନ ପ୍ରଜାତିର କୁକୁର ରଖିବାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। କୁକୁର ମଣିଷର କାର୍ଯ୍ୟକଳାପକୁ ବହୁତ ଭଲଭାବରେ ବୁଝିଥାଏ। ଯଦି ଜଣେ ବ୍ୟକ୍ତି ହଠାତ୍ ଅଧିକ ଚଳପ୍ରଚଳ କରିବା ଆରମ୍ଭ କରେ, ହାତ ଉଠାଏ କିମ୍ବା ବାରମ୍ବାର ତାଙ୍କ ଆଖିକୁ ଚାହେଁ, ତେବେ କୁକୁରକୁ ଏହା ଆକ୍ରମଣାତ୍ମକ କିମ୍ବା ଭୟଭୀତ କରିବା ଆଚରଣ ଲାଗିପାରେ। ଏଭଳି ପରିସ୍ଥିତିରେ ଭୟ ଓ ସତର୍କତା କାରଣରୁ ସେ ଭୁକିବାକୁ ଲାଗେ। ଅପରପକ୍ଷେ, ଯେତେବେଳେ ଜଣେ ବ୍ୟକ୍ତି ଧୀରସ୍ଥିର ଏବଂ ସ୍ନେହର ସହ କୁକୁର ପାଖକୁ ଆସେ, ସେତେବେଳେ ସେ ମଧ୍ୟ ସୁରକ୍ଷିତ ଅନୁଭବ କରିଥାଏ ଏବଂ ଶାନ୍ତ ରହିଥାଏ। ତେବେ ଆପଣ ଲକ୍ଷ୍ୟ କରିଥିବେ, କୁକୁରମାନେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ଭୁକିଥାନ୍ତି। ଆସନ୍ତୁ ଜାଣିବା ଏହାର କାରଣ..କେବଳ କିଛି ଲୋକଙ୍କ ଉପରେ କାହିଁକି ଭୁକେ କୁକୁର-

    ଆପଣ ଜାଣିଥିବେ ଯେ, କୁକୁରମାନଙ୍କର ଗନ୍ଧ ବାରିବାର ଶକ୍ତି ଖୁବ୍‌ ତୀବ୍ର ଥାଏ। ସେମାନେ କେବଳ ଭିନ୍ନ ଭିନ୍ନ ମଣିଷଙ୍କ ଗନ୍ଧ ବାରିପାରନ୍ତି ନାହିଁ, ବରଂ ସେମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଥାଆନ୍ତି। ଯଦି କାହା ପୋଷାକରୁ ତୀବ୍ର ସୁଗନ୍ଧ ଆସେ, କୌଣସି ପଶୁ ଗନ୍ଧ କିମ୍ବା ଅଜବ ଗନ୍ଧ ହୁଏ, ତେବେ କୁକୁର ଅସହଜ ଅନୁଭବ କରେ ଏବଂ ତାକୁ ବିପଦର ଆଶଙ୍କା ହୋଇଥାଏ। ଏଭଳି ପରିସ୍ଥିତିରେ ସେ ଭୁକି ନିଜର ଅସନ୍ତୋଷ ତଥା ଭୟ ପ୍ରକାଶ କରିଥାଏ।

    ଅତୀତର ଅଭିଜ୍ଞତା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ କୁକୁର – ଅନେକ ସମୟରେ କୁକୁରମାନଙ୍କ ଆଚରଣ ସେମାନଙ୍କର ଅତୀତର ଅଭିଜ୍ଞତା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ଯଦି କେହି ସେମାନଙ୍କୁ ଅତୀତରେ ଡରାଇଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ସମାନ ଗନ୍ଧ କିମ୍ବା ସମାନ ବେଶଭୂଷାରେ ତା’ ସାମ୍ନାକୁ ଆସେ ତେବେ କୁକୁରଟି ଅତୀତ ଅଭିଜ୍ଞତା ଦ୍ଵାରା ଭୟଭୀତ ହୋଇପାରେ ଏବଂ ପ୍ରତିକ୍ରିୟାଶୀଳ ହୋଇ ଭୁକିବା ଆରମ୍ଭ କରିପାରେ। ସେହିପରି ଯଦି କାହା ସହିତ ତା’ର ଅଭିଜ୍ଞତା ସକରାତ୍ମକ ଥାଏ, ତେବେ ସେ ତାଙ୍କୁ ଦେଖି ଖୁସି ଅନୁଭବ କରେ, ଲାଞ୍ଜ ହଲାଏ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଥାଏ।

    ନୂଆ ଲୋକଙ୍କୁ ଭୟ କରେ କୁକୁର – ନିଜ ଅଞ୍ଚଳର ସୁରକ୍ଷାକୁ ନେଇ କୁକୁରମାନେ ଅତ୍ୟନ୍ତ ସତର୍କ ଥାଆନ୍ତି। ସେମାନେ ନିଜ ଘର, ଗଳି କିମ୍ବା ଆଖପାଖ ଅଞ୍ଚଳକୁ ନିଜର ଜମି ବୋଲି ଭାବନ୍ତି ଏବଂ ଯେତେବେଳେ କେହି ଅଜଣା ଲୋକ ସେଠାକୁ ଆସନ୍ତି, ସେତେବେଳେ ସେମାନେ ତାଙ୍କୁ ଚେତାବନୀ ଦେବା ପାଇଁ ଭୁକିଥା’ନ୍ତି। ଯଦି କୌଣସି କୁକୁର ପିଲାଦିନରୁ ଭିନ୍ନ ଭିନ୍ନ ଲୋକ ଏବଂ ପରିବେଶ ସହିତ ପରିଚିତ ହୋଇନାହିଁ, ତେବେ ସେ ନୂଆ ଲୋକଙ୍କୁ ଭୟ କରିପାରେ ଏବଂ ଏହି ଭୟ ତାକୁ ଭୁକିବାକୁ ବାଧ୍ୟ କରେ।

    ନିଶ୍ଚିତ ବୁଝନ୍ତୁ କୁକୁରର ବ୍ୟବହାର – ଯେକୌଣସି କୁକୁରର ବ୍ୟବହାରକୁ ବୁଝିବା ଏବଂ ସୁଧାରିବା ପାଇଁ ଏହା ଜରୁରୀ ଯେ, ତାକୁ ପିଲାଦିନରୁ ଭିନ୍ନ ଭିନ୍ନ ଲୋକ, ପରିବେଶ ଏବଂ ଅଭିଜ୍ଞତା ସହ ସାମ୍ନା କରାଇବା ଉଚିତ। ଯେତେବେଳେ ସେ ସଠିକ୍ ଆଚରଣ କରୁଛି ସେତେବେଳେ ତାକୁ ସ୍ନେହ କିମ୍ବା ପୁରସ୍କାର ଦେଇ ଉତ୍ସାହିତ କରନ୍ତୁ, ଯଦ୍ବାରା ସେ ବୁଝିପାରିବେ ଯେ ଶାନ୍ତ ଏବଂ ସହଯୋଗପୂର୍ଣ୍ଣ ରହିବା ଭଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ