Friday, November 28, 2025
16.1 C
Odisha

    କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ ।  ତିବ୍ବତୀୟ ୱେମେନ୍ସ ଆସୋସିଏସନର ପ୍ରାୟ ୬୦ଜଣ ବୌଦ୍ଧ ସନ୍ନ୍ୟାସିନୀ ଆଜି କ୍ୟାମ୍ପସ ପରିଦର୍ଶନ କରିଥିଲେ।  ବୌଦ୍ଧ ସନ୍ନ୍ୟାସିନୀମାନେ କିସ ପିଲାଙ୍କ ଗହଣରେ ଦୀର୍ଘ ସମୟ ବିତାଇବା ସହ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ ।

    କିସରେ ଏତେ ସଂଖ୍ୟକ ପିଲାଙ୍କୁ ବିନା ଦେୟରେ ଶିକ୍ଷାଦାନକୁ ନେଇ ସେମାନେ ଖୁସିବ୍ୟକ୍ତ କରିଥିଲେ। ଏହି ବ୍ୟବସ୍ଥା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବୌଦ୍ଧ ସନ୍ନ୍ୟାସିନୀମାନେ ପ୍ରଶଂସା କରିଥିଲେ। ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ୍ ଗିଭିଂ ବିଷୟରେ ସେମାନେ ଜାଣିବାକୁ ପାଇଥିଲେ ।

    ସେହିପରି ନିଜ ଜୀବନକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିଥିବା ଡ. ସାମନ୍ତଙ୍କୁ ସେମାନେ ପ୍ରଶଂସା କରିଥିଲେ ।  କିସ ପରିଦର୍ଶନ ପରେ ଏଥିରେ ପ୍ରଭାବିତ ହୋଇ କିସ୍ କୁ ଆସିବା ଆମର ଭାଗ୍ୟ ବୋଲି ସେମାନେ କହିଥିଲେ। କିସ୍ ବିଷୟରେ ଆଗରୁ ଜାଣିଥିଲେ ମଧ୍ଯ ଏଭଳି ଅନୁଷ୍ଠାନ ଥିବା ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ।

    ଆଜି ବୁଲି ଦେଖିବା ପରେ ଏହା ସେମାନଙ୍କୁ ବେଶ ଆଚମ୍ବିତ କରିଛି ବୋଲି ପ୍ରକାଶ କରିଥିଲେ। ଏହାସହ ଭାରତ ଆଜି ଜଣେ ସୁରକ୍ଷିତ ବ୍ୟକ୍ତିଙ୍କ ହାତରେ ଅଛି ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.1 ° C
    16.1 °
    16.1 °
    66 %
    1.7kmh
    3 %
    Fri
    16 °
    Sat
    26 °
    Sun
    27 °
    Mon
    25 °
    Tue
    27 °

    ସମ୍ବନ୍ଧିତ