Thursday, September 24, 2026
24.7 C
Odisha

    କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକର ଖ୍ୟାତି ସମ୍ପନ୍ନ ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍ । ରବିବାର ଆଲାଏନ୍‍ସ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ ଅବସରରେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

    ଏହି ସମ୍ମାନ ଗ୍ରହଣ କରି କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ନିରନ୍ତର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିଆସୁଛି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ସାମନ୍ତ କହିଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି ।

    ଏହି କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କ ସହ ଗୋଆ ରାଜ୍ୟପାଳ ପି. ଏସ୍‍. ଶ୍ରୀଧରନ୍‍ ପିଲାଇ, ନିତି ଆୟୋଗ ସଦସ୍ୟ ତଥା ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ କୁଳାଧିପତି ପଦ୍ମ ଭୂଷଣ ଡ. ବିଜୟ କୁମାର ସାରସ୍ୱତ, ଭାରତୀୟ ଖେଳକୁଦ ସଂଘର ଉପସଭାପତି ପଦ୍ମଶ୍ରୀ ଅଞ୍ଜୁ ବବି ଜର୍ଜଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନ ପରିଷଦ ଅଧ୍ୟକ୍ଷ ବାସବରାଜ ଶିବଲଙ୍ଗାପ୍ପା ହେରାଟି, କର୍ଣ୍ଣାଟକ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ, ଆଇଟି ଓ ବିଟି ବିଭାଗ ମନ୍ତ୍ରୀ ପ୍ରିୟାଙ୍କ ମଲ୍ଲିକାର୍ଜୁନ ଖଡ୍‍ଗେ, ଏରୋନଟିକ ଡେଭେଲପମେଣ୍ଟ ଏଜେନ୍‍ସୀ ଗଭର୍ଣ୍ଣିଂ ବଡ଼ି ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଓ ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରେମାନନ୍ଦ ସେଟ୍ଟୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ