Saturday, April 11, 2026
25.2 C
Odisha

    କିସ୍‍ ରେ ଭାରତୀୟ ରାଜନୀତି ବିଜ୍ଞାନ ମହାକୁମ୍ଭ, ଯୋଗଦେଲେ ୩ ହଜାରରୁ ଊର୍ଦ୍ଧ୍ୱ ରାଜନୀତି ବିଜ୍ଞାନୀ ପ୍ରତିନିଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ୍‍ ରେ ଭାରତୀୟ ରାଜନୀତି ବିଜ୍ଞାନ ମହାକୁମ୍ଭ ।  ଯୋଗଦେଲେ ୩ହଜାରରୁ ଊର୍ଦ୍ଧ୍ୱ ରାଜନୀତି ବିଜ୍ଞାନୀ ପ୍ରତିନିଧି ।  କିସ୍‍ ଓ ଭାରତୀୟ ରାଜନୀତି ବିଜ୍ଞାନ ସଂଘ ମିଳିତ ଆନୁକୂଲ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ୬୨ତମ ସର୍ବ ଭାରତୀୟ ରାଜନୀତି ବିଜ୍ଞାନ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଘାଟିତ ହୋଇଛି ।  ସମ୍ମିଳନୀରେ ‘ଉଇ ଦି ପିପଲ୍‍ ଅଫ୍‍ ଭାରତ’ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର ମଧ୍ୟ ଆରମ୍ଭ ହୋଇଛି ।

    ସମ୍ମିଳନୀରେ ସଭାପତିତ୍ୱ କରି ଭାରତୀୟ ରାଜନୀତି ବିଜ୍ଞାନ ସଂଘର ସଭାପତି ତଥା ବିକାନେରସ୍ଥିତ ମହାରାଜା ଗଙ୍ଗାସିଂହ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ବିକଶିତ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ରାଜନୀତି ବିଜ୍ଞାନୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।  ଭାରତର ବିକାଶରେ ସବୁବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ପ୍ରଭାବ ଓ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଛନ୍ତି ।

    କିନ୍ତୁ ଏହାକୁ ପ୍ରତିହତ କରି ଆମେ ଆମର ନିଜସ୍ୱ ମାର୍ଗରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଅଗ୍ରସର ହୋଇଛୁ ।  ଶତାବ୍ଦୀ ଶତାବ୍ଦୀ ଧରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିକଶିତ ରାଷ୍ଟ୍ରର ଯେଉଁ ପରିଭାଷା ସୃଷ୍ଟି କରିଥିଲେ ତାକୁ ଭାରତ ପ୍ରତିହତ କରିଚାଲିଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେ କହିଥିଲେ ।

    ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ କୁଳପତି, ଅବସରପ୍ରାପ୍ତ କୁଳପତି, ରାଜନୀତି ବିଜ୍ଞାନୀ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ସମେତ ୩ହଜାରରୁ ଊର୍ଦ୍ଧ୍ୱ ପ୍ରତନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ରାଜନୀତି ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଓ ଭାରତୀୟ ରାଜନୀତି ବିଜ୍ଞାନ ସଂଘ ପ୍ରତି ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।

    ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ସଂଘର ସାଧାରଣ ସମ୍ପାଦକ ତଥା କୋଷାଧ୍ୟକ୍ଷ ପ୍ରଫେସର ସଞ୍ଜୀବ କୁମାର ଶର୍ମା, ସିକିମ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏସ୍‍ କେ ସ୍ୱାଇଁ, ମହାତ୍ମାଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶ୍ରୀବାସ୍ତବ, ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେ କେ ପଟ୍ଟନାୟକ ଓ କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର କାଶୀନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ