Friday, October 18, 2024
30.6 C
Odisha

    କୁରାଳ ନଦୀ ନିକଟରେ ମହାବଳର ପାଦଚିହ୍ନ

    ଆଗକୁ ପଢନ୍ତୁ

    ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଡ଼ିପଲ୍ଲୀ-କୁରାଳ ରାସ୍ତା କୁସୁମୀ ନଦୀ ନିକଟରେ ଶନିବାର ମହାବଳ ବାଘର ପାଦଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କିଛି ଦିନର ଅନ୍ତରରେ ଓଡ଼ଗାଁ ବନାଞ୍ଚଳ ମଧ୍ୟକୁ ମହାବଳ ବାଘ ଫେରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦୁଇମାସ ତଳେ ଓଡ଼ଗାଁ ଗୋଛା ଜଙ୍ଗଲ ସହିତ ଦଶପଲ୍ଲା ଓ ନୂଆଗାଁ ଆଦି ଘଞ୍ଚ ଜଙ୍ଗଲରେ ମହାବଳ ବୁଲୁଥିବା ନେଇ ଜଣାପଡ଼ିବା ପରେ ଲୋକେ ଜଙ୍ଗଲ କିମ୍ୱା ଜଙ୍ଗଲ ରାସ୍ତାଦେଇ ଯିବାଆସିବା ପାଇଁ ଭୟ କରୁଥିଲେ । କିଛିଦିନ ପରେ ମହାବଳ ବାଘଟି ଗଞ୍ଜାମ ଜିଲ୍ଲା ବନାଞ୍ଚଳକୁ ଚାଲିଯାଇ ସେଠାରେ ବାଛୁରୀ ମାରି ଖାଇବା ଭଳି ଘଟଣା ଘଟିଥିଲା । ହେଲେ ଶନିବାର କୁରାଳ ରାସ୍ତା ନଦୀ ନିକଟ ଫାର୍ମହାଉସଠାରେ ମହାବଳ ବାଘର ପାଦ ଚିହ୍ନ ଦେଖି ଏହା ଓଡ଼ଗାଁ ବନାଞ୍ଚଳକୁ ଫେରିଥିବା ଜଣାପଡ଼ିଛି । ଏହାକୁ ନେଇ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି ଓ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଓଡ଼ଗାଁ ବନପାଳ ସରିତା ବରାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ