Saturday, April 11, 2026
30.4 C
Odisha

    କୁଲବିନ୍ଦର ସମ୍ମାନର ସହିତ କଙ୍ଗନା କରିଆସୁଥିବା ଅସମ୍ମାନର ଜବାବ ଦେଇଛନ୍ତି: ଅମୃତପାଲ ସିଂ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରି ବଦଳି ହୋଇଥିଲେ ସିଆଇଏସ୍‌ଏଫ୍‌ର କନଷ୍ଟେବଳ କୁଲବିନ୍ଦର କୌର | ଚଣ୍ଡୀଗଡ଼ ବିମାନବନ୍ଦରରେ ଏହି ଘଟଣା ଘଟିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କୁଲବିନ୍ଦରଙ୍କ ବଦଳି କରାଯାଇଥିଲା | ଏବେ ଘଟଣାକୁ ନେଇ କୁଲବିନ୍ଦରଙ୍କୁ ସମର୍ଥନ କରିଛନ୍ତି ପଞ୍ଜାବର ଖଡୁର ସାହିବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଜିତିଥିବା ସାଂସଦ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ |
    ସେ କୁଲବିନ୍ଦରଙ୍କ କାମକୁ ପ୍ରଶଂସା କରି ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଆମେ କୁଲବିନ୍ଦରଙ୍କ ସହିତ ଅଛୁ | କଙ୍ଗନା ରାନାୱତ ଶିଖ ସମ୍ପ୍ରଦାୟ, ଆମ କୃଷକ ଏବଂ ପଞ୍ଜାବର ମା’ମାନଙ୍କୁ ବାରମ୍ବାର ଅପମାନିତ କରିଆସୁଛନ୍ତି। କୁଲବିନ୍ଦର ବହୁତ ସମ୍ମାନର ସହିତ କଙ୍ଗନା କରିଆସୁଥିବା ଅସମ୍ମାନର ଜବାବ ଦେଇଛନ୍ତି |

    ଉଲ୍ଲେଖଯୋଗ୍ୟ, ଜୁନ୍ ୬ରେ ଚଣ୍ଡିଗଡ଼ ବିମାନବନ୍ଦରରେ ମୁତୟନ ହୋଇଥିବା ସିଆଇଏସ୍ଏଫ୍ ମହିଳା କନଷ୍ଟେବଳ କୁଲବିନ୍ଦର କୌର, ବିଜେପି ସାଂସଦ କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିଥିଲେ। ନିର୍ବାଚନ ଜିତିବା ପରେ କଙ୍ଗନା ପ୍ରଥମ ଥର ପାଇଁ ଦିଲ୍ଲୀ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ କଙ୍ଗନା ଏକ ଭିଡିଓ ଜାରି କରି କହିଥିଲେ ଯେ ତାଙ୍କୁ ଚାପୁଡ଼ା ମରାଯିବ ସହ ଦୁର୍ବ୍ୟବହାର କରାଯାଇଛି। ଏହା ସହ ଦିଲ୍ଲୀରେ ପହଞ୍ଚିବା ପରେ ସିଆଇଏସ୍‌ଏଫ୍‌ର ଉଚ୍ଚ ଅଧିକାରୀଙ୍କ ନିକଟରେ ଏହି ଘଟଣାର ଅଭିଯୋଗ କରିବା ସହିତ ଉକ୍ତ ସୁରକ୍ଷାକର୍ମୀଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ କଙ୍ଗନା।

    ପୁଲିସ ଏହି ଘଟଣାର ଯାଞ୍ଚ କରି କୁଳବିନ୍ଦରଙ୍କ କୌରଙ୍କୁ ଗିରଫ କରିଥିଲା। ଏହାପରେ କୁଳବିନ୍ଦରଙ୍କ କୌର ଜାମିନରେ ବାହାରକୁ ଆସିଥିଲେ। ଏବେ ଶୁଣିବାକୁ ମିଳିଛି କୁଳବିନ୍ଦର କୌରଙ୍କ ବଦଳି କରି ଦିଆଯାଇଛି। ଏଥିସହିତ କୁଳବିନ୍ଦରଙ୍କ କୌରଙ୍କ ସ୍ବାମୀଙ୍କୁ ବି ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ଖବର ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ