Sunday, September 13, 2026
23 C
Odisha

    ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଚୂଡାନ୍ତ ଜଙ୍ଗଲ ଅନୁମୋଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମି ରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା।ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ । ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଅନୁମତି ମିଳିଛି। ଏହାଦ୍ବାରା ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩,୦୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇ ପାରିବ। ସୂଚନାଯୋଗ୍ୟ ଯେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳରେ କ୍ଷତିପୂରକ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୂପାଳନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ