Friday, October 2, 2026
25.2 C
Odisha

    କୁହୁଡ଼ି ସାଜିଲା କାଳ, ପିକଅପ୍ ଭ୍ୟାନ ଧକ୍କାରେ ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ଆସିକା: ଦିନକୁ ଦିନ କଲବଲ କରୁଛି କୁହୁଡ଼ି। ଦେଖାଯାଉନି ରାସ୍ତା ଘାଟ। ଫଳରେ ଘଟୁଛି ବଡ଼ ଅଘଟଣ। ଚାଲିଯାଉଛି ନିରିହ ଜୀବନ। ଏଇ କିଛି ଦିନ ହେବ କୁହୁଡ଼ି ପାଇଁ ଗଲାଣି ଅନେକ ଜୀବନ। ଠିକ୍ ସେହିପରି ଆଜି ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। କୁହୁଡ଼ି ପାଇଁ ଚାଲିଯାଇଛି ନିରିହ ଜୀବନ। ପିକଅପ୍ ଭ୍ୟାନ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା କେସରାପଲ୍ଲି ଗାଁରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ସୀମାଞ୍ଚଳ ସ୍ୱାଇଁ। ଦୁର୍ଘଟଣା ପରେ ଡ୍ରାଇଭର ହେଲପର ଫେରାର ଥିବା ଜଣପଡ଼ିଛି। ଶବ ଜବତ କରି ପୋଲିସ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ