Friday, September 18, 2026
31.1 C
Odisha

    କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍‌ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍‌ ଟଙ୍କା ଯୋଗଦାନ କରି (୫୫ରୁ ୨୦୦ ଟଙ୍କା ମାସକୁ) ୬୦ ବର୍ଷ ବୟସ ପରେ ୩୦୦୦ ଟଙ୍କା ପେନସନ ପାଇପାରିବେ। ବଡ଼ କଥା ହେଉଛି ଯେ ଏହି ଯୋଜନାରେ ଯେତେ ଟଙ୍କା କୃଷକ ଦେବେ ସେତିଟି ଟଙ୍କା ସରକାର ମଧ୍ୟ ଅଂଶଦାନ ଦିଅନ୍ତୁ।
    ପିଏମ୍‌ କିଷାନ ମାନଧନ ଯୋଜନା ପ୍ରାରମ୍ଭିକ ସମୟରେ ସରକାରଙ୍କ ପକ୍ଷରୁ ଦେଶର ଆର୍ଥିକସ୍ତରରେ ଦୁର୍ବଳ କୃଷକମାନଙ୍କ ବୃଦ୍ଧାବସ୍ଥା ସୁରକ୍ଷିତ କରିବା ପାଇଁ କରାଯାଇଥିଲା। ଏହି ଯୋଜନାରେ ନିବେଶ କରି କୃଷକମାନେ ୬୦ ବର୍ଷ ପରେ ମାସକୁ ୩ ହଜାର ଲେଖାଏ ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ। ଦେଶରେ ଅନେକ ଶିକ୍ଷକ ଏହି ଯୋଜନା ଅଧିନରେ ଆବେଦନ କରି ଲାଭବାନ ହେଉଛନ୍ତି। ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ବୟସ ଥିବା କୃଷକ ଏଥିରେ ଆବେଦନ କରିପାରିବେ। ଯେଉଁ ବୟସରୁ ଆବେଦନ କରିବେ ସେହି ଅନୁଯାୟୀ ନିବେଶ ରାଶି ସ୍ଥିର କରାଯାଇଥାଏ। ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସିକ ୫୫ ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ୬୦ ବର୍ଷ ବୟସ ହେବା ଯାଏ ଏଥିରେ ଆବେଦନ କରିବାକୁ ପଡ଼ିଥାଏ। ୬୦ ବର୍ଷ ପରେ ଆପଣଙ୍କୁ ମାସକୁ ୩ ହଜାର ଟଙ୍କାର ପେନସନ ମିଳିଥାଏ। ଏମିତିରେ ବର୍ଷକୁ ଆପଣଙ୍କୁ ୩୬ ହଜାର ଟଙ୍କା ମିଳିଥାଏ। ଯଦି କେହି ଏହି ଯୋଜନାରେ ଆବେଦନ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିଥାଏ।

    ଯୋଜନାର ସର୍ତ୍ତ କ’ଣ?

    -ଏହି ଯୋଜନାର ଲାଭ ଲଘୁ ତଥା ସୀମାନିକଟବର୍ତ୍ତୀ କୃଷକ ପାଇପାରିବେ।

    -ଏଥିନେଇ ଆପଣଙ୍କ ନିକଟରେ ୨ ହେକ୍ଟର ନଚେତ ଏହାଠାରୁ କମ୍‌ କୃଷିଯୋଗ୍ୟ ଜମି ରହିବା ଆବଶ୍ୟକ।

    -ଯଦି ଏହାଠାରୁ କମ୍‌ ଜମି ଥାଏ ତେବେ ଆପଣଙ୍କ ଆବେଦନ ରଦ୍ଦ ହୋଇଯିବ।

    କେଉଁ କାଗଜପତ୍ର ଆବଶ୍ୟକ?

    -ଏହି ଯୋଜନାରେ ଆବେଦନ କରିବା ଲାଗି ଆପଣଙ୍କ ପାଖରେ ଆଧାର କାର୍ଡ, ପରିଚୟ ପତ୍ର, ଆୟ ପ୍ରମାଣ ପତ୍ର, ବୟସ ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ୍‌, ମୋବାଇଲ ନଂ ଆଦି ଆବଶ୍ୟକ।

    -ଯଦି ଆପଣ ସରକାରୀ ଚାକିରି କରିଛନ୍ତି କିମ୍ବା ଆୟକର ରିଟର୍ନ ଦାଖଲ କରୁଛନ୍ତି ତେବେ ଏହି ସ୍ଥିତିରେ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.1 ° C
    31.1 °
    31.1 °
    65 %
    2.2kmh
    51 %
    Fri
    31 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ