Tuesday, March 31, 2026
35.4 C
Odisha

    କେଉଁ ଡ୍ରାଏ ଫ୍ରୁଟ୍ସ ଭିଯାଇକି ଓ କାହାକୁ ଶୁଖିଲା ଖାଇବା ଉଚିତ

    ଆଗକୁ ପଢନ୍ତୁ

    ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡ୍ରାଏଫ୍ରୁଟ୍ସର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହି ଡ୍ରାଏଫ୍ରୁଟ୍ସର ସେବନ ଆପଣ ଅନେକ ଉପାୟରେ କରିପାରିବେ। ଏହାକୁ ଭିଜାଇ ବା ଏପରି ଖାଇପାରିବେ ଏବଂ କୌଣସି ସୁଇଟ ଡିସ କିମ୍ବା ସାଲାଡରେ ମିଶାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଡ୍ରାଏଫ୍ରୁଟ୍ସକୁ ଭିଜାଇ ଖାଇବେ ଏବଂ କେଉଁଟିକୁ ନୁହେଁ।

    ବାଦାମ: ବାଦାମକୁ ପାଣିରେ ଭିଜାଇ ତାକୁ ଖାଇବା ଆବଶ୍ୟକ, ଏତିକି ନୁହେଁ ଭିଜଇଥିବା ବାଦାମରେ ପୋଷକ ତତ୍ତ୍ୱର ଅବଶୋଷଣ ବଢିଯାଏ। ଆପଣ ବାଦାମକୁ ୭-୮ ଘଣ୍ଟା ବା ରାତି ସାରା ଭିଜାଇ ଖାଇପାରିବେ।

    କିସମିସ: ଏକ୍ସପର୍ଟସଙ୍କ ଅନୁଯାୟୀ, ଭିଜାଇଥିବା କିସମିସ ଖାଇବା ଦ୍ୱାରା ହଜମ ସଠିକ ଭାବେ ହୋଇଥାଏ, କୋଷ୍ଠକାଠିନ୍ୟରୁ ମୁକ୍ତି ପ୍ରଦାନ କରିବା ସହ ପୁଷ୍ଟିକର ଅବଶୋଷଣ ବୃଦ୍ଧି କରିବାରେ ସାହାଯ୍ୟ କରେ। କିସମିସକୁ ୨ରୁ ୩ ଘଣ୍ଟା ଭିଜାଇ ଖାଇପାରିବେ।

    ଅଖରୋଟ: ଭିଜାଯାଇଥିବା ଅଖରୋଟରେ ଫାଇଟିକ ଏସିଡର ମାତ୍ରା କମ ହୋଇଥାଏ, ଯେଉଁଥିରେ ମିନେରାଲ୍ସର ଅବଶୋଷଣ ବଢିଯାଏ ଏବଂ ଏହା ପାଚନରେ ମଧ୍ୟ ସାହାଯ୍ୟ କରିଥାଏ।

    ଅଞ୍ଜିର: ଭିଜାଯାଇଥିବା ଅଞ୍ଜିର ନରମ ଏବଂ ପାଚନରେ ସାହାଯ୍ୟ କରିଥାଏ ଏବଂ ସେଥିରେ ପୋଷକ ତତ୍ତ୍ୱର ଅବଶୋଷଣ ମଧ୍ୟ ଉତ୍ତମ ହୋଇଥାଏ। ଆପଣ ୪ରୁ ୬ ଘଣ୍ଟା ପାଇଁ ଅଞ୍ଜିରକୁ ଭିଜାଇ ଏହାର ସେବନ କରିପାରିବେ।

    କାଜୁ: କାଜୁକୁ ପାଣିରେ ଭିଜାଇ ଖାଇବା ଆବଶ୍ୟକ। ଭିଜାଇବା ପରେ ଏହା ଅଧିକ ମଲାଇ ଏବଂ ଏହାକୁ ଆପଣ ଗ୍ରେଭୀର କ୍ରିମ ଏବଂ ସ୍ମୁଦୀ ଭଳି ଡିଶରେ ମିକ୍ସ କରିପାରିବେ। କାଜୁକୁ ଭିଜାଇବା ପାଇଁ ଦୁଇରୁ ତିନି ଘଣ୍ଟା ପର୍ଯ୍ୟାପ୍ତ ହୋଇଥାଏ।

    ପିସ୍ତା: ଭିଜାଯାଇଥିବା ପିସ୍ତା ଅଧିକ ନରମ ଏବଂ ଏହାକୁ ଚୋବାଇ ଖାଇବା ସହଜ ହୋଇଥାଏ। ଏହାର ବ୍ୟବହାର ଆପଣ ସ୍ୱଟ ଡିସରେ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ