Saturday, March 21, 2026
32.6 C
Odisha

    କେଜ୍ରିୱାଲଙ୍କ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି: ମନ୍ଦିର ଓ ଗୁରୁଦ୍ବାରା ପୂଜକଙ୍କୁ ମିଳିବ ମାସିକ ୧୮ହଜାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାନସଭା ନିର୍ବାଚନରେ ଜିତିଲେ ‘ପୂଜାରୀ ଗ୍ରନ୍ଥୀ ସମ୍ମାନନିଧି ଯୋଜନା’ କାର୍ଯ୍ୟକାରୀ କରିବ। ଏହି ଯୋଜନାରେ ମନ୍ଦିର ଓ ଗୁରୁଦ୍ବାରାର ପୂଜକଙ୍କୁ ମାସିକ ୧୮ହଜାର ଟଙ୍କା ସମ୍ମାନନିଧି ପ୍ରଦାନ କରାଯିବ ବୋଲି ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ‌ତେବେ ଏହି ଘୋଷଣାକୁ ବିଜେପି କଟାକ୍ଷ କରି କହିଛି, ଆପ୍‌ ଓ କେଜ୍ରିୱାଲ୍‌ଙ୍କୁ ନିର୍ବାଚନ ସମୟରେ କେବଳ ରାମ ଓ ହିନ୍ଦୁଙ୍କ କଥା ମନେପଡ଼େ।
    ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିୱାଲ୍‌ କହିଛନ୍ତି, ଆଜି ସେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରୁଛନ୍ତି। ପୂଜାରୀ ଗ୍ରନ୍ଥୀ ସମ୍ମାନନିଧି ଯୋଜନାରେ ମାସିକ ମନ୍ଦିର ଓ ଗୁରୁଦ୍ବାରା ପୂଜକଙ୍କୁ ୧୮ହଜାର ଟଙ୍କା ଭତ୍ତା ଦିଆଯିବ। ଏନେଇ ଆସନ୍ତା କାଲି (ମଙ୍ଗଳବାର) ଠାରୁ ପଞ୍ଜୀକରଣ ଆରମ୍ଭ ହେବ। କନ୍ନଟ୍‌‌ପ୍ଲେସ୍‌ ହନୁମାନ ମନ୍ଦିରରୁ ସେ ନିଜେ ଏହି ଯୋଜନାର ପଞ୍ଜୀକରଣ ଶୁଭାରମ୍ଭ କରିବେ। ଦେଶରେ ପ୍ରଥମ ଥର ନିମନ୍ତେ ଏଭଳି ଯୋଜନା କାର୍ଯ୍ୟକାରୀ ହୋଇଛି। ପୂଜାରୀମାନେ ଏଭଳି ଏକ ଶ୍ରେଣୀ ଯେଉଁମାନେ ରୀତିନୀତିକୁ ପିଢ଼ି ପରେ ପିଢ଼ି ଆଗକୁ ନେଇଥାନ୍ତି। ସେମାନେ ନିଜ ପରିବାର ପ୍ରତି ଧ୍ୟାନ ଦେଇପାରିନଥାନ୍ତି କିମ୍ବା ଆମେ ସେମାନଙ୍କୁ କ୍ବଚିତ୍‌ ଧ୍ୟାନ ଦେଇଥାଉ। ଅପରପକ୍ଷରେ, ଏହି ଘୋଷଣାକୁ ବିଜେପି କଟାକ୍ଷ କରିଛି। ବିଗତ ଦିନରେ, ରାମ ଓ ହିନ୍ଦୁ, କଶ୍ମୀର ପଣ୍ଡିତଙ୍କୁ କେଜ୍ରିୱାଲ୍‌ ଓ ଆପ୍‌ କିଭଳି ବିରୋଧ କରିଥିଲା ତା’କୁ ମନେପକାଇ ଦେଇଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, ୨୦୧୩ରୁ ମୌଲାନା, ଇମାମ୍‌ଙ୍କୁ ଟଙ୍କା ଦେଇ ଆସୁଛନ୍ତି, କିନ୍ତୁ ପୂଜାରୀ ଓ ଗ୍ରନ୍ଥୀଙ୍କୁ ଏଥିରୁ ବାଦ୍‌ ଦେଇଥିଲେ। ଏଭଳି କାହିଁକି କରିଥିଲେ ସେ ନେଇ କେଜ୍ରିୱାଲ୍‌ ସ୍ପଷ୍ଟ କରିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ମୌଲାନା ଓ ଇମାମ୍‌ଙ୍କୁ ୫୮ କୋଟି ୩୦ଲକ୍ଷ ୯୦ ହଜାର ଟଙ୍କା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନରେ ପାଦ ତଳୁ ମାଟି ଖସିବା ସମ୍ଭାବନା ରହିଛି। ଏଣୁ ପୂଜକ, ହିନ୍ଦୁ ଓ ଭଗବାନ ରାମଙ୍କ କଥା ମନେପଡ଼ିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ