Thursday, May 9, 2024
25 C
Odisha

    କେଜ୍ରିୱାଲ ଗିରଫ ପରେ ଏମିତି କହିଲେ ଆନ୍ନା ହଜାରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେରକୁ ନେଇ ପଚରାଉଚରା କରିବା ପାଇଁ ଇଡି କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିଲା। କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗତକାଲି ଇଡି ତାଙ୍କୁ ଗିରଫ କରିଛି। କେଜ୍ରିୱାଲଙ୍କ ଗିରଫ କରାଯିବାକୁ ନେଇ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ଏକ ବଡ଼ ବିବୃତି ଦେଇଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ଆନ୍ନା ହଜାରେ ଆହୁରି କହିଛନ୍ତି ଯେ, ‘ମଦ ଦୁର୍ନୀତି ବନ୍ଦ କରିବା ପାଇଁ ମୁଁ କେଜ୍ରିୱାଲଙ୍କୁ ଅନେକ ଥର ଚିଠି ଲେଖିଥିଲି, ମଦ ନୀତି ଉପରେ ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲେ ଏବଂ ସେ ମଦ ନୀତି ଆରମ୍ଭ କରିଥିଲେ । ସେହି ମଦ ନୀତି ଯୋଗୁଁ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆନ୍ନା ହଜାରେ କହିଛନ୍ତି’ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    82 %
    1.6kmh
    7 %
    Thu
    38 °
    Fri
    39 °
    Sat
    41 °
    Sun
    40 °
    Mon
    39 °

    ସମ୍ବନ୍ଧିତ