Thursday, July 16, 2026
25.9 C
Odisha

    କେତନ ଅଗ୍ରୱାଲ ହତ୍ୟା ମାମଲା, ସିୟାଙ୍କ ପରିବାରର ବ୍ୟବସାୟ ବନ୍ଦ କରିବାକୁ ନୋଟିସ୍

    ଆଗକୁ ପଢନ୍ତୁ

    ପୁଣେ : ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡକୁ କିଛିଦିନ ବିତିଗଲାଣି । କେତନଙ୍କ ବିବାହ ସିୟା ଗୋୟଲଙ୍କ ସହିତ ହେବା ପୂର୍ବରୁ କେତନଙ୍କୁ ହତ୍ୟା କଲା ସିୟା । ପ୍ରେମିକା ଚେତନ ଚୌଧୁରୀଙ୍କ ସହିତ ମିଶି ସିୟା କେତନଙ୍କୁ ପୁଣେ ଲୋହାଗଡ ଦୁର୍ଗରୁ ଠେଲିଦେଇଥିଲା । ଏବେ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାରର ଅସୁବିଧା ଆହୁରି ବଢ଼ିବାରେ ଲାଗିଛି । ସିୟାଙ୍କ କଳାକାରନାମା ପାଇଁ ଏବେ ସାରା ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡ଼ୁଥିବା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ନିୟମ ଉଲ୍ଲଂଘନ ଅଭିଯୋଗରେ ସିୟାଙ୍କ ପରିବାର ଦ୍ୱାରା ପରିଚାଳିତ ମସଲା ଏବଂ ଡ୍ରାଏ ଫ୍ରୁଟ୍ସ ଦୋକାନକୁ ନୋଟିସ୍ ଜାରି କରିବା ସହ ତୁରନ୍ତ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ପୁଣେ ସହରର ମାର୍କେଟ ୟାର୍ଡ ଅଞ୍ଚଳରେ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାରର ମେସର୍ସ ବି.ଜି. ଗୋୟଲ ଆଣ୍ଡ କମ୍ପାନୀ ନାମକ ଏକ ପ୍ରତିଷ୍ଠିତ ଦୋକାନ ରହିଛି । ନିକଟରେ FDA ର ଏକ ଟିମ୍ ଏହି ଦୋକାନ ଉପରେ ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ଖାଦ୍ୟ ସାମଗ୍ରୀରେ ମିଶ୍ରଣ ଏବଂ ଲେବେଲିଂ ନିୟମର ବ୍ୟାପକ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି ।

    ଚଢ଼ାଉ ବେଳେ ସନ୍ଥ ଏବଂ ସାଧୁ ବ୍ରାଣ୍ଡର ହଳଦୀ ଗୁଣ୍ଡ, ରାଶି, ସୋୟାବିନ ବଡ଼ି ଜବତ ହୋଇଛି । ଏହି ଚଢ଼ାଉ ସମୟରେ ପ୍ରାୟ ୮.୧୪ ଲକ୍ଷ ଟଙ୍କା ମୂଲ୍ୟର ୪,୧୭୨ କିଲୋଗ୍ରାମ ସାମଗ୍ରୀ ଜବତ କରାଯାଇଛି । ସାମଗ୍ରୀଗୁଡ଼ିକର ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି ।

    ଖାଦ୍ୟ ସୁରକ୍ଷା ନିୟାମକ ପ୍ରାଧିକରଣ (FDA) ପକ୍ଷରୁ କୁହାଯାଇଛି ଯେ, ଉକ୍ତ କମ୍ପାନୀ ଖାଦ୍ୟ ସୁରକ୍ଷା ଏବଂ ମାନକ (FSS) ଅଧିନିୟମ ଅନୁଯାୟୀ କେତେକ ବାଧ୍ୟତାମୂଳକ ନିୟମ ପାଳନ କରୁନଥିଲା । ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସେହି ପ୍ରତିଷ୍ଠାନକୁ ଏକ ନୋଟିସ୍ ଜାରି କରାଯାଇଛି । ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଦୋକାନର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    84 %
    3.3kmh
    100 %
    Thu
    25 °
    Fri
    25 °
    Sat
    27 °
    Sun
    25 °
    Mon
    30 °

    ସମ୍ବନ୍ଧିତ