Sunday, June 1, 2025
38.9 C
Odisha

    କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଆତଙ୍କବାଦୀ ସଂଗଠନ ନାଁରେ ଆସିଲା ଧମକପୂର୍ଣ୍ଣ ଚିଠି

    ଆଗକୁ ପଢନ୍ତୁ

    କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଠାକୁରଙ୍କୁ ଚିଠି ମାଧ୍ୟମରେ ଧମକ ଦିଆଯାଇଛି। ପଶ୍ଚିମବଙ୍ଗରେ ଏନଆରସି ଓ ସିଏଏ ଲାଗୁ ହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ପକ୍ଷରୁ ଏହି ଚିଠି ପଠାଯାଇଛି।

    କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିରେ କୁହାଯାଇଛି, ଯଦି ପଶ୍ଚିମବଙ୍ଗରେ ଏନଆରସି ହୁଏ ଏବଂ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଏ, ତେବେ ବଙ୍ଗଳା ଓ ସମଗ୍ର ଭାରତରେ ନିଆଁ ଜଳିବ। ଆପଣଙ୍କ ଠାକୁରବାରି ମଧ୍ୟ ଜଳିଯିବ। ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ। ଆପଣ ଲସ୍କର-ଏ-ତୋଇବାର ନାମ ଶୁଣିଛନ୍ତି କି? ଆମେ ଲସ୍କରର ସଦସ୍ୟ, ହାଫିଜ ସୟିଦଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେବା ମାତ୍ରେ ଆମେ ଆମର କାମ ଆରମ୍ଭ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.9 ° C
    38.9 °
    38.9 °
    23 %
    4.3kmh
    76 %
    Sun
    39 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ