Monday, October 5, 2026
21.7 C
Odisha

    ଜି.ଉଦୟଗିରିର ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ କଂଗ୍ରେସ ଛାଡି ବିଜେପିରେ ହେଲେ ସାମିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୮/୦୪: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜି. ଉଦୟଗିରିର ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ଗହଣରେ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ସେହିପରି ରାଜ୍ୟରେ ଜଣାଶୁଣା ଏବଂ ବିଶିଷ୍ଟ ଶିକ୍ଷାବିତ ତଥା ଓୟୁଏଟି ପ୍ରଫେସର ଡ.ଆଶୁତୋଷ ସାମନ୍ତରାୟ ଏବଂ ବିଜେବି କଲେଜର ପୂର୍ବତନ ପ୍ରିନ୍ସିପାଲ ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି ।
    ରାଜଧାନୀ ଭୁବନେଶ୍ୱରର ଅନେକ ବୁଦ୍ଧିଜୀବି, ବ୍ୟବସାୟୀ ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଦେବସ୍ମିତା ମହାନ୍ତି, ଡ.ଲିତା ମହାପାତ୍ର, ପ୍ରସନ୍ନ ପାତ୍ର, ନମିତା ଶତପଥୀ, ଜ୍ୟୋର୍ତିବିତ୍ ମଧୁସ୍ମିତା ଦାସ, ଅଭିପ୍ସା ଦାସ, ଚନ୍ଦନ ନାୟକ, ରାଜେଶ କୁମାର ପଟାଙ୍ଗୀ, ରାଜେନ୍ଦ୍ର ଭତିଆ, ଅନିତା ଅଗ୍ରୱାଲ, ରାଜ ସାନ୍ତୁକା, ସାଗରିକା ରାଉତ, ପବିତ୍ର ବାରିକ, ବିଷ୍ଣୁପ୍ରିୟା ମିତ୍ର, ଦୁଷ୍ମନ୍ତ ରାଉତରାୟ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଅପରାଜିତା ଷଡଙ୍ଗୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ଷଡଙ୍ଗୀ ସଦସ୍ୟତା କରାଇଥିଲେ ।
    ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ଶ୍ରୀତମ ଦାସ, ନିରଞ୍ଜନ ମିଶ୍ର, ଶ୍ରୀମତୀ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ