Saturday, April 11, 2026
30.4 C
Odisha

    କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ସମସ୍ତ କୃଷକଙ୍କ ପାଖକୁ ଯିବ ରାଜ୍ୟ କୃଷକମୋର୍ଚ୍ଚା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୩/୦୮: ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ କୃଷକମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ ଓ ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଚଳିତ ୨୦୨୪ ନିର୍ବାଚନରେ ବିଜେପି ବହୁମତ ପାଇ ସରକାର କରିବାର ମାସେ ମଧ୍ୟରେ ଧାନ କି୍ୱଂଟାଲ ପ୍ରତି ୩୧ଶହ ଟଙ୍କା ଚାଷୀମାନଙ୍କୁ ଦେବା, ରାଜ୍ୟର ସମସ୍ତ ୫୮ଟି ସବ୍ ଡିଭିଜନ୍‌ରେ ଶୀତଳଭଣ୍ଡାର କରିବା, ସହରାଚଂଳ ଚାଷୀମାନଙ୍କୁ ପିଏମ୍ କିଷାନରେ ସାମିଲ କରିବା ସହ ରାଜ୍ୟର ୬ ଲକ୍ଷ ଚାଷୀମାନଙ୍କୁ ଏଥିରେ ସାମିଲ କରାଯିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ଦ୍ୱାରା ଜଳସେଚିତ କରାଯିବା ନିଷ୍ପତିକୁ ରାଜ୍ୟ କୃଷକମୋର୍ଚ୍ଚା ବୈଠକରେ ସ୍ୱାଗତ କରାଯିବା ସହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
    ସାରା ରାଜ୍ୟରେ ସମସ୍ତ ଗ୍ରାମାଚଂଳମାନଙ୍କରେ ବହୁଳଭାବେ ଚାଷୀ ସମାବେଶ କରାଯାଇ “ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଆସନ୍ତା ଅଗଷ୍ଟ ୯ତାରିଖ “କ୍ରାନ୍ତି ଦିବସରେ” ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଓଡ଼ିଶାର ୨ଶହ ଚାଷୀନେତାମାନଙ୍କୁ ନେଇ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
    ଏହି ବୈଠକରେ ରାଜ୍ୟ ଉପସଭାପତି ସର୍ବଶ୍ରୀ ହୃଷିକେଶ ଜେନା, ହଳପାଣି ମାଝୀ, ପୁଲିନ୍ ପ୍ରକାଶ ପୁହାଣ, ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସମ୍ପାଦକ ସର୍ବଶ୍ରୀ ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ପରାଉ ହେମ୍ବ୍ରମ, ବିକ୍ରମ କେଶରୀ ରାଉତରାୟ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା କେନ୍ଦ୍ର ସରକାରଙ୍କର ଆଇଆରସି ମହିଳା ନିର୍ଦ୍ଦେଶିକା ମନିଷା ଚିନ୍ମୟୀ ବେହେରା, ରାଜ୍ୟ ସଂଯୋଜିକା ଜୟଲକ୍ଷ୍ମୀ ମହାନ୍ତି, ରାଜ୍ୟ ସଂଯୋଜକ ମଧୁସୂଦନ ଶର୍ମା, ଅବନେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଓ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ